୧୩ ବର୍ଷ ପୂରଣ କଲା ୟୁ-ଟ୍ୟୁବ୍

0

ଇଣ୍ଟରନେଟରେ ଅନ୍ୟତମ ଲୋକପ୍ରିୟ ସାଇଟ୍ ହେଉଛି ୟୁ-ଟ୍ୟୁବ୍। ୨୦୦୫ ଫେବୃଆରୀ ୧୪ରେ ଆମେରିକୀୟ ଯୁବକଙ୍କ ଚେଷ୍ଟାରେ ଏହା ପ୍ରତିଷ୍ଠିତ ହୋଇପାରିଥିଲା। ଆଜି ବିଶ୍ବର କୋଣଅନୁକୋଣରେ ଏହାର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ସଂଖ୍ୟାଧିକ ଲୋକ ଏଥିରେ ଭିଡିଓ ଅପଲୋଡ କରୁଥିବାବେଳେ ପ୍ରତି ମିନିଟରେ ଲକ୍ଷାଧିକ ଲୋକ ଏଥିରେ ଭିଡିଓ ଦେଖୁଛନ୍ତି।

ଅଧିକାଂଶଙ୍କ ଧାରଣା ଯେ ଯୁବପିଢ଼ି ହିଁ ଏହାର ସବୁଠୁ ଅଧିକ ଉପଯୋଗ କରୁଛନ୍ତି। ତେବେ ୬୭%ରୁ ଅଧିକ ବୟସ୍କ ବର୍ଗ ହିଁ ୟୁ-ଟ୍ୟୁବ୍ ସହାୟତା ନେଉଥିବାର ଜଣାପଡ଼ିଛି। ସ୍ମାର୍ଟଫୋନ୍ ବ୍ୟବହାରକାରୀ ଦିନକୁ ୨ଘଣ୍ଟାରୁ ଅଧିକ ସମୟ ୟୁ-ଟ୍ୟୁବ୍ ଭିଡିଓ ଦେଖୁଥିବାବେଳେ ପ୍ରତି ମିନିଟରେ ୫୫ହଜାର ଏଥିରେ ବିଭିିନ୍ନ ଭିଡିଓ ଦେଖିଥାନ୍ତି। ୮୮ଟି ରାଷ୍ଟ୍ରର ୭୬ ପ୍ରକାର ଭାଷା କହୁଥିବା ଲୋକେ ଏହାର ଉପଯୋଗ କରିଥାନ୍ତି।

ପ୍ରତି ୫ଜଣରେ ଜଣେ ବ୍ୟକ୍ତି ୟୁ-ଟ୍ୟୁବ୍ ଦେଖିଥାନ୍ତି ବୋଲି ଜଣାପଡ଼ିଛି। ପ୍ରଥମ ୟୁ-ଟ୍ୟୁବ୍ ଭିଡିଓ ୨୦୦୫ ଏପ୍ରିଲ୍ ୨୩ରେ ଅପଲୋଡ ହୋଇଥିଲା। ସେସମୟରେ ୪କୋଟି ୫୬ଲକ୍ଷ ଲୋକ ଏହି ଭିଡିଓକୁ ଦେଖିଥିଲେ। ୧.୫ ଅରବ ଲୋକ ପ୍ରତି ମାସରେ ୟୁ-ଟ୍ୟୁବ୍ ଦେଖୁଥିବାର ତଥ୍ୟ ମିଳିଛି। ମନୋରଞ୍ଜନ ଯୋଗାଉଥିବାର ଏହି ଆପ୍ଲିକେସନ୍ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟମାନ ମଧ୍ୟ ଯୋଗାଇଥାଏ।

Leave A Reply