ନିଅାଁ ଲିଭାଇବା ପାଇ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ

0

ପୁରୀ: ନିଅାଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦନପୁର ଥାନା ଅରାଳ ଗାଁରେ। ବିଳମ୍ବିତ ରାତିରେ ଗାଁର ରବି ଜେନାଙ୍କ ଘରେ କେହି ଦୁର୍ବୃତ୍ତ ନିଅାଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହ ନବ ପ୍ରଧାନ ନିଅାଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇଥିଲେ। ତେବେ ପୋଖରୀରେ ବୁଡ଼ି ନବଙ୍କ ମୃତ୍ୟୁ ଘଟିଥିଲା। ନିଅାଁ ଲଗାଇଥିବା ଦୁର୍ବୃତ୍ତଙ୍କୁ ଗିରଫ ଓ ନବଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜଗନ୍ନାଥ ସଡ଼କର ଅରାଳ ଛକରେ ରାସ୍ତାରୋକ କରିଛନ୍ତି। ପୁଲିସ ପହଞ୍ଚି ବୁଝାଶୁଝା ଚଳାଇଛି।

Leave A Reply