ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟରୁ ସନ୍ଦିଗ୍ଧ ଯୁବକ ଅଟକ

0

ପାରାଦୀପ : ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ(କୋଷ୍ଟଗାର୍ଡ଼) ମୁଖ୍ୟାଳୟ ପରିସରରୁ ଗୁରୁବାର ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଯୁବକଙ୍କ ନାମ ମହମ୍ମଦ ଶାହାବାଜ। ତାଙ୍କୁ ପୁଲିସ୍ ପାରାଦୀପ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ, ମହମ୍ମଦଙ୍କ ଘର ଉତ୍ତରପ୍ରଦେଶର ମୁଜାଫରନଗରରେ। ସେ ନିଜକୁ ଜଣେ ଜ୍ୟାକେଟ୍ ବେପାରୀ ବୋଲି ପରିଚୟ ଦେଇଛନ୍ତି। ଯାଞ୍ଚ ପରେ ପୁଲିସ୍ ତାଙ୍କ ନିକଟରୁ ବହୁ ଜ୍ୟାକେଟ୍ ଏବଂ ୨୦ରୁ ଅଧିକ ପେନ୍ ଡ୍ରାଇଭ୍ ଜବତ କରିଛି।
ଯୁବକ ଜଣକ କୋଷ୍ଟଗାର୍ଡ ମୁଖ୍ୟାଳୟ ପରିସରକୁ ପ୍ରବେଶ କରିବା ପରେ ତାକୁ ପୁଲିସ୍ ଜିମା ଦିଆଯାଇଥିଲା। ସେ ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ ଭଳି କଡ଼ା ସୁରକ୍ଷା ବଳୟ ମଧ୍ୟକୁ ପ୍ରବେଶ କରିଥିବାରୁ ଏବେ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ବିନା ଅନୁମତିରେ ଏହାର ପରିସର ମଧ୍ୟକୁ ପ୍ରବେଶ କରିବା ଜଣେ ସାଧାରଣ ଲୋକ ପାଇଁ ଅସମ୍ଭବ।

Leave A Reply