ମହିଳା ମାନେ ଆପଣାନ୍ତୁ ଏହି ୧୦ଟି ଉପାୟ, ରହିବେ ସମ୍ପୂର୍ଣ୍ଣ ସୁସ୍ଥ

0

ମହିଳାଙ୍କ ଜୀବନ ସର୍ବଦା ବ୍ୟସ୍ତବହୁଳ ହୋଇଥାଏ। ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାଆନ୍ତି। ଏହି ଅବହେଳା ଯୋଗୁଁ କିଛି ମହିଳା ମାନଙ୍କଠାରେ ବହୁ ସ୍ୱାସ୍ଥ୍ୟସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜଣିବା ଏହି ସବୁ ସମସ୍ୟାର ସମାଧାନ ଓ ସବୁଦିନ ସୁସ୍ଥ ରହିବାର ଉପାୟ :
୧. ଯଦି ଆପଣ ଡାଏଟ୍‍ରେ ଅଛନ୍ତି ତେବେ ଧ୍ୟାନ ରଖନ୍ତୁ କେବଳ ଚର୍ବି ବୃଦ୍ଧିକାରୀ ଖାଦ୍ୟଠୁ ହିଁ ଦୂରେଇ ରହିବେ। ନହେଲେ ଏହି ପ୍ରକ୍ରିୟାରେ କିଛି ମହିଳା ବହୁ ଭିଟାମିନ୍‍ ଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ମଧ୍ୟ ଖାଇବା ଛାଡ଼ି ଦେଇଥାଆନ୍ତି, ଯଦ୍ୱାରା ବହୁ ସମସ୍ୟା ଉପୁଜି ଥାଏ। ତେଣୁ ଡାଏଟ୍‍ରେ ରୁହନ୍ତୁ କିନ୍ତୁ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ।
୨. ଭରପୁର ପାଣି ପିଇବା ଆବଶ୍ୟକ। ଏହାଦ୍ୱାରା ତ୍ୱଚା ସତେଜ ଓ ଉଜ୍ୱଳ ହୋଇଥାଏ। ଲେମ୍ବୁ ପାଣି ଏହି କ୍ଷେତ୍ରରେ ସର୍ବୋତ୍ତମ ହୋଇଥାଏ। ଏହା ଦ୍ୱାରା ହଜମ ଶକ୍ତି ସୁଦୃଢ ମଧ୍ୟ ହୋଇଥାଏ।
୩.ସକାଳ ଜଳଖିଆ କେବେବି ଭୁଲନ୍ତୁନି। ଦିନର ଆରମ୍ଭ ପୁଷ୍ଟିକର ଜଳଖିଆରୁ କରନ୍ତୁ। ଏହାଦ୍ୱାରା ଶରୀର ସୁସ୍ଥ ଓ ଶକ୍ତିଶାଳୀ ହୋଇଥାଏ।
୪. ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଓ ନିୟମିତ ବ୍ୟାୟାମ କରନ୍ତୁ।
୫. ସ୍ୱାସ୍ଥ୍ୟ ସମେତ ମହିଳାମାନେ ତ୍ୱଚା ପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ। ବଜାରରେ ମିଳୁଥିବା ରାସାୟନିକ ଦ୍ରବ୍ୟ ମିଶ୍ରିତ ପ୍ରସାଧନ ସାମଗ୍ରୀ ବଦଳରେ ଘରୋଇ ଚିକିତ୍ସା ଆପଣେଇବା ତ୍ୱଚା ପ୍ରତି ହିତକର ହୋଇଥାଏ।
୬. ସୁସ୍ଥ ରହିବା ପାଇଁ ଦୈନିକ ୩୦ ମିନିଟ୍‍ ବ୍ୟାୟାମ କରିବା ଉଚିତ୍‍। ଜିମ୍‍ ଯିବା ଅପେକ୍ଷା ଉଦ୍ୟାନରେ ଖେଳକୁଦ କରିବା ଓ ପହଁରିବା ବେଶୀ ଲାଭଦାୟକ।
୭. ପ୍ରତି ୬ ମାସରେ ଡାକ୍ତରଙ୍କ ପରାମର୍ଶରେ ସମ୍ପୂର୍ଣ୍ଣ ଶରୀରର ପରୀକ୍ଷା କରାଇବା ଉଚିତ୍‍। କିଛି ବଡ଼ ରୋଗ ସମୟ ଥାଉଥାଉ ଜଣାପଡ଼ିଗଲେ ତାହାର ଉପଚାର କରିବା ସହଜ ହୋଇଥାଏ।
୮. ସୁସ୍ଥ ରହିବା ପାଇଁ ଏହା ଜରୁରୀ ନୁହେଁ ଯେ ଚର୍ବିଯୁକ୍ତ ଖାଦ୍ୟଠୁ ସବୁବେଳେ ଦୂରେଇ ରହିବା। ବେଳେବେଳେ ନିଜ ମନପସନ୍ଦ ଖାଦ୍ୟ ଖାଇବା ଆବଶ୍ୟକ କିନ୍ତୁ ଅଧିକ ନୁହେଁ।
୯. ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଉଚିତ ନୁହେଁ। ଫଳ ଓ ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁତ ଉପକାରୀ ହୋଇଥାଏ। ଏହା ଦ୍ୱାରା ସୁସ୍ଥ ରହିବା ସହିତ ମାନସିକ ଅବସ୍ଥା ମଧ୍ୟ ଭଲ ରହେ।
୧୦. ମାଦକଦ୍ରବ୍ୟ ସେବନ ଓ ଧୂମ୍ରପାନ ସ୍ୱୀସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ। ଏହାଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

Leave A Reply