ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ସ୍ବାମୀର ଆତ୍ମସମର୍ପଣ

0

ଜୟପୁର: ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ସ୍ବାମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜୟପୁରର ଜୟନଗର ଠାରେ ଶାନ୍ତନୁ ମହାରଣା ତାଙ୍କ ପତ୍ନୀ ଜୟନ୍ତି ମହାରଣାଙ୍କ ପେଟ ଓ ଛାତିକୁ ଛୁରୀରେ ଆକ୍ରମଣ କରିଥିଲେ। ପତ୍ନୀଙ୍କୁ ଆକ୍ରମଣ କରିବା ପରେ ସେ ନିଜ ହାତ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଜିଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ବାମୀ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଆତ୍ମହତ୍ୟା ଉଦ୍ୟମ ପରେ ସ୍ବାମୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିବାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply