ପଶ୍ଚିମବଙ୍ଗର ୫୬୮ ବୁଥ୍‍ରେ ପୁନଃ ନିର୍ବାଚନ

0

କୋଲକତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ବେଳେ ଆଜି ୧୯ଟି ଜିଲାର ୫୬୮ଟି ବୁଥ୍‍ରେ ପୁନଃ ନିର୍ବାଚନ ହେଉଛି। ଅତ୍ୟଧିକ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ସେହି ସବୁ ବୁଥ୍‍ରେ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ମଙ୍ଗଳବାର ନିର୍ଦେଶ ଦେଇଥିଲେ। ସବୁ ନିର୍ବାଚନ ଗଣତି ଆସନ୍ତା କାଲି ଅନୁଷ୍ଠିତ ହେବ। ଗତ ୧୪ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ଏକ ଗଣମାଧ୍ୟମ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ଲୋକେ ବ୍ୟାଲଟ୍‍ ପେପରକୁ ପାଣିରେ ଭସାଇ ଦେଇଥିଲେ। କେତେକ ସ୍ଥାନରେ ବୁଥ୍‍ କ୍ୟାପ୍‍ଚର ଭଳି ଖବର ମିଳିଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରୁ ପୁଲିସ ମଧ୍ୟ ବର୍ତ୍ତି ନଥିଲା। ବାଧ୍ୟ ହୋଇ ପୁଲିସ୍‍କୁ ଲୁହ ବୁହା ଗ୍ୟାସ୍‍ ଓ ଗୁଳିଚାଳନା କରିବାକୁ ପଡ଼ିଥିଲା।

Leave A Reply