ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି ଆମେ ଶେଷ କରିବୁ, ପୂର୍ବତନ ମେଜର ଜେନେରାଲ ଜିଡି ବକ୍ସି

0
2169

ନୂଆଦିଲ୍ଲୀ …-  ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି । ଆମେ ତାକୁ ଶେଷ କରିବୁ ବୋଲି ପୂର୍ବତନ ସେନା ମେଜର  ଜେନେରାଲ୍‌ ଜିଡି  ବକ୍ସି କହିଛନ୍ତି । ପୁଲୁଓ୍ୱାମା ଆକ୍ରମଣରେ  ୪୦ ଜଣ ସିଆର୍‌ପିଏଫ୍‌ ସହିଦ ହେବାପରେ ଏହା ପାକିସ୍ତାନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ  ପୂର୍ବତନ ମେଜର ଜେନେରାଲ୍‌ ଗଗନଦୀପ ବକ୍ସି କହିବା ସହ ଏହା କେବଳ ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ଏହା ଯୁଦ୍ଧ ବୋଲି ସେ କହିଛନ୍ତି ।

ପାକିସ୍ତାନ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ଯୁଦ୍ଧକୁ ଭାରତ ଶେଷ କରିଛି । ପୁଣିଥରେ ପାକିସ୍ତାନ ଦ୍ୱାରା ଆରମ୍ଭ କରାଯାଇଥିବା ଯୁଦ୍ଧକୁ ଆମେ ଶେଷ କରିବୁ,  ଇମରାନ୍‌ ଖାନ୍ ଅପେକ୍ଷା କର ବୋଲି କହିଛନ୍ତି । ଇମରାନ୍‌ ଖାନ୍‌ ମଣିଷ ଯୁଦ୍ଧ ଆରମ୍ଭ କରେ  କେବଳ ଭଗବାନ୍‌ ଜାଣନ୍ତି ଏହା କେତେବଳେ ଶେଷ ହେବ ଏକ ଭିଡିଓ ସନ୍ଦେଶରେ କହିଥିଲେ ।

୧୯୪୭, ୧୯୬୫,୧୯୭୧ ଓ କାରଗିଲ୍‌ରେ ପାକିସ୍ତାନ ଆରମ୍ଭ କରିଥିବା ଯୁଦ୍ଧକୁ ଆମେ ଶେଷ କରିଛୁ ବୋଲି ପୂର୍ବତନ ସେନା ମେଜର ଜେନେରାଲ୍‌ ଜିଡି ବକ୍ସି କହିଛନ୍ତି । ପାକିସ୍ତାନର ଅର୍ଥନୀତି ଭୁଶୁଡିବାରେ ଲାଗିଛି  ଇମରାନ୍‌ ସେ କଥା ଚିନ୍ତା କର , ଏବେ ପ୍ରମାଣ କଅଣ ମାଗୁଛ , ଜୈଶ-ଏ-ମହମ୍ମଦ ଗର୍ବର ସହ ଏହି ଆକ୍ରମଣ କରିଥିବା କଥା କହୁଛି । ଇମରାନ୍‌ ତମ ନିୟନ୍ତ୍ରଣରେ ତମର ସେନା କି ଜୈଶ-ଏ-ମହମ୍ମଦ ନାହିଁ ବୋଲି ସେ କହିଛନ୍ତି । ଯୁଦ୍ଧ ହେଲେ ତମେ ତ ଆତ୍ମରକ୍ଷା କରିବା ପାଇଁ ଆକ୍ରମଣ କରିବ ଏହା ଆମକୁ  ଅଧିକ ବଡ ଯୁଦ୍ଧ କରିବା ପାଇଁ ସହାୟକ ହେବ ବୋଲିସେ ପ୍ରକାଶ କରିଛନ୍ତି ।

READ  ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଶିକ୍ଷକ ଗିରଫ

Facebook Comments