ଫ୍ରାନ୍ସ ପରାସ୍ତ ; ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

0

ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ପୁରୁଷ ବିଶ୍ବକପ୍ ହକିର ଚତୁର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଫ୍ରାନ୍ସକୁ ୧-୨ ଗୋଲରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିଛି। ସହଜ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ପରିବାରୁ ଫ୍ରାନ୍ସକୁ ଏହି ମୂଲ୍ୟ ଦେବାକୁ ପଡିଛି।

ନ୍ୟୁଜିଲାଣ୍ଡ ପାଇଁ କେନ୍‍ ରସେଲ ଓ ଷ୍ଟିଫେନ୍‍ ଜେନିସ୍‍ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୫୯ ମିନିଟରେ ଫ୍ରାନ୍‍ସର ଭିକ୍ଟର ସାର୍ଲେଟ ଗୋଟିଏ ଗୋଲ୍‍ ସୁଝାଇ ଦେଇଥିଲେ। ଏହି ବିଜୟରୁ  ନ୍ୟୁଜିଲାଣ୍ଡ ୩ ପଏଣ୍ଟ ପାଇଛି ।

Leave A Reply