ମାଠିଆରେ ପାଣି ପିଇବାର ଉପକାରିତା

0

ରମଦିନେ ପ୍ରତ୍ୟେକଙ୍କ ଘରେ ଫ୍ରିଜର ଆଦର ବଢ଼ିଥାଏ, କାରଣ ଥଣ୍ଡା ପାଣି ଗିଲାସେ ସହ ବରଫର ମଜା ମଧ୍ୟ ଏଥିରୁ ମିଳେ। ହେଲେ ଏହା ଯେ ସ୍ବାସ୍ଥ୍ୟ ପାଇଁ ଖୁବ୍ ହାନିକାରକ, ତାହା ଲୋକେ ଜାଣିବା ସତ୍ତ୍ବେ ଅଣଦେଖା କରନ୍ତି।

ପ୍ରାଚୀନ ସମୟରେ ଯେତେବେଳେ ଏହି ଜ୍ଞାନକୌଶଳ କ୍ଷମତାସମ୍ପନ୍ନ ଜିନିଷମାନ ନଥିଲା, ସେସମୟରେ ମାଠିଆର ଆଦର ଥିଲା। ଏବେ ମଧ୍ୟ କେତେକବର୍ଗର ଲୋକେ ଏହି ମାଠିଆ ପାଣିର ଉପଯୋଗ କରିଥାନ୍ତି। ତେବେ ସେମାନଙ୍କ ସଂଖ୍ୟା ୪%ରୁ କମ୍ ବୋଲି ସର୍ବେକ୍ଷଣରୁ ପ୍ରକାଶିତ।

ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ, ବିଶେଷ କରି ଗ୍ରୀଷ୍ମରେ ମାଠିଆ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

ମାଠିଆ ପାଣି ପିଇବା ଦ୍ବାରା ପାଚନ କ୍ରିୟା ଭଲ ହେବା ସହ ଶରୀରରେ ଟେଷ୍ଟୋଟରନର ସ୍ତର ବଢ଼ିଥାଏ।

ମାଠିଆରେ ଥିବା ମାଟି ତତ୍ତ୍ବ ପାଣି ସହ ମିଶି ରହେ। ଏହା ଦ୍ବାରା ଶରୀରକୁ ବିଭିନ୍ନ ପୋଷକତତ୍ତ୍ବ ଯାଇଥାଏ ଓ ଟକ୍ସିନ୍ ବାହାରିଯାଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ଗ୍ରାମାଞ୍ଚଳ ଲୋକେ ପ୍ରତ୍ୟହ ମାଠିଆ ପାଣି ପିଇବା କାରଣରୁ ହିଁ ସେମାନଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଖୁବ୍ ଭଲ।

ଫ୍ରିଜ୍ ପାଣି ଶରୀର ପାଇଁ କ୍ଷତିକାରକ ହୋଇଥିବାବେଳେ ମାଠିଆ ପାଣି ଶରୀରର ତାପମାତ୍ରା ଠିକ୍ ରଖେ।

ହୃଦରୋଗୀମାନେ ନିୟମିତ ଭାବେ ମାଠିଆ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।

Leave A Reply