ପୁରୁଣା ସୁନାଗହଣା ଚମକାଇବା ଉପାୟ

0

ସୁନା ଗହଣାକୁ କିଛି ଦିନ ବ୍ୟବହାର କରିବା ପରେ ଚମକ ଚାଲିଯାଇଥାଏ। ଦେହର ଝାଳ ଦ୍ୱାରା ଗହଣା ଗୁଡିକ କଳା ପଡିଯାଇଥାଏ। ଆସନ୍ତୁ ଜାଣିବା ସୁନାଗହଣାକୁ କିପରି ଚମକାଇବା। ପ୍ରଥମେ ପାଣିକୁ ଗରମ କରନ୍ତୁ। ସେଥିରେ ବେକିଙ୍ଗ ସୋଡା ପକାଇ ଭଲ ଭାବରେ ଫୁଟାନ୍ତୁ। ପାଣି ଫୁଟିବା ସମୟରେ ସେଥିରେ ସୁନାଗହଣା ପକାଇ କିଛି ସମୟ ଛାଡି ଦିଅନ୍ତୁ। ତାପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ପାଣି ଥଣ୍ଡା ହେବା ପର୍ଯ୍ୟନ୍ତ ଗହଣାକୁ ସେଥିରେ ବୁଡାଇ ରଖନ୍ତୁ। ତାପରେ ଗହଣା ଗୁଡିକୁ ଭଲ ଭାବରେ ଘଷି ଦିଅନ୍ତୁ। ସଫା ପାଣିରେ ଗହଣା ଗୁଡିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଗହଣା ନୂଆ ପରି ଚମକି ଉଠିବ।

Leave A Reply