ନାମକରଣ ପାଇଁ ମଧ୍ୟ ଭୋଟ

0

ଚୟନ ପ୍ରକ୍ରିୟା ସାଧାରଣତଃ ଗଣତନ୍ତ୍ରରେ ହୋଇଥାଏ। ଗଣତନ୍ତ୍ର ଅନୁସାରେ ଚୟନ ପ୍ରକ୍ରିୟାରେ ଅଧିକ ଭୋଟ ପାଇଥିବା ବ୍ୟକ୍ତି ହିଁ ସରକାର ଗଠନ କରିଥାଏ ବୋଲି ଆମେ ଜାଣିଛୁ। କିନ୍ତୁ ଆମକୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ କୌଣସି ପରିବାରରେ ଶିଶୁର ନାମକରଣ ପାଇଁ ମଧ୍ୟ ଭୋଟ ନିଆଯାଉଛି। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଗୋଦିଆ ଜିଲାରେ।
ଏଠାରେ ଏକ ଦମ୍ପତି ନିଜ ନବଜାତ ଶିଶୁର ନାମ ରଖିବା ପାଇଁ ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ବାଲଟ ପେପରରେ ଭୋଟ ଜରିଆରେ ନାମ ରଖିବାକୁ କହିଥିଲେ। ଉଭୟ ଦମ୍ପତି ମିଥୁନ ଓ ମାନସୀ ଅପ୍ରେଲ ୫ରେ ନିଜର ଶିଶୁର ନାମ ରଖିବା ପାଇଁ ଏପରି ଏକ ଉପାୟ କରିଥିଲେ।


ଏପରି କରିବାର କାରଣ ଥିଲା ଯେ ତାଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ୩ଟି ଅଲଗା ନାମ ରଖିବାକୁ ପରାମର୍ଶ ଦେଇଥିଲେ। ଦମ୍ପତି କେଉଁ ନାମ ରଖିବେ ସ୍ଥିର କରିପାରି ନ ଥିଲେ। ତେଣୁ ଏପରି ଏକ ଅଦ୍ଭୁତ ପ୍ରକ୍ରିୟା ଆପଣାଇ ଥିଲେ।
ଶିଶୁର ବାପା ମିଥୁନ ବାଛି ଥିବା ତିନୋଟି ନାମ ୟଶ,ୟୁବାନ ଓ ୟୋବିକ ନାମ ମଧ୍ୟରୁ ଗୋଟିଏ ନାମକୁ ଭୋଟ ଦେବାକୁ ପରିଜନଙ୍କୁ କହିଥିଲେ। ବାଲଟ ପେପର ଜରିଆରେ ଭୋଟରେ ୟୁବାନ ନାମଟି ଅଧିକ ସଂଖ୍ୟା ଗରିଷ୍ଠତା ଥିବାରୁ ଶିଶୁର ନାମ ୟୁବାନ ରହିଥିଲା। ମୋଟ ୧୯୨ଜଣ ବ୍ୟକ୍ତି ଭୋଟ ଦେଇଥିଲେ ମଧ୍ୟ ସବୁଠାରୁ ଅଧିକ ଭୋଟ ୯୨ଟି ୟୁବାନ ନାମକୁ ଦିଆଯାଇଥିଲା।

Leave A Reply