ଭୋଡାଫୋନ୍‍ ଆଣିଲା ସବୁଠୁ ଶସ୍ତା ପ୍ଲାନ, ପଛରେ ପଡ଼ିଲେ ଜିଓ ଏବଂ ଏୟାରଟେଲ

0

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଏବଂ ଏୟାରଟେଲର ମୁକାବିଲା ପାଇଁ ଭୋଡ଼ାଫୋନ୍‍ ସବୁଠୁ ଶସ୍ତା ପ୍ଲାନ୍‍ ବଜାରକୁ ଛାଡ଼ିଛି। ରିଲାଏନ୍ସ ଜିଓ ଭାରତ ଟେଲିକମ ବଜାରରେ ଏକ ବଡ଼ ବିପ୍ଳବ ଆଣିବା ପରେ ଅନେକ ଟେଲିକମ୍‍ କମ୍ପାନୀ ଦେବାଳିଆ ହୋଇ ବନ୍ଦ ହୋଇଯାଇଛନ୍ତି। ବାକି ଟେଲିକମ କମ୍ପାନୀଙ୍କ ମଧ୍ୟରେ ଦର ଯୁଦ୍ଧ (ପ୍ରାଇସ୍‍ ୱାର) ଚାଲିଛି। ଫଳରେ ଉପଭୋକ୍ତା ଶସ୍ତାରେ ଡାଟା ସହ ଅସୀମିତ ଭଏସ କଲର ସୁବିଧା ପାଉଛନ୍ତି। ଏହି କ୍ରମରେ ଜିଓ ଏବଂ ଏୟାରଟେଲର ଶସ୍ତା ପ୍ଲାନ୍‍ର ମୁକାବିଲା ପାଇଁ ଭୋଡ଼ାଫୋନ୍‍ ଶସ୍ତା ପ୍ଲାନ୍‍ ବଜାରକୁ ଆଣିଛି। ଭୋଡ଼ାଫୋନ୍‍ର ଏହି ନୂଆ ପ୍ଲାନ୍‍ ୪୫୮ ଟଙ୍କିଆ। ୪୫୮ ଟଙ୍କା ରିଚାର୍ଜ କଲେ ଭୋଡ଼ାଫୋନ୍‍ ଉପଭୋକ୍ତା ଦିନକୁ ୨.୮ ଜିବି ଡାଟା ଓ ଅସୀମିତ ଭଏସ କଲର ସୁବିଧା ପାଇବେ। ଏହି ପ୍ଲାନ୍‍ର ବୈଧତା ୮୪ ଦିନ ରହିଛି। ଏଥିରେ ଉପଭୋକ୍ତାଙ୍କୁ ମୋଟ ୨୩୫.୨ ଜିବି ଡାଟା ମିଳିବ। କେତେକ ଭୋଡାଫୋନ୍‍ ଉପଭୋକ୍ତାଙ୍କୁ ଏହି ପ୍ଲାନ୍‍ର ଲାଭ ମାତ୍ର ୩୯୮ ଟଙ୍କାରେ ମିଳିବ। ତେବେ ଏହି ପ୍ଲାନ୍‍ର ଉପଭୋକ୍ତାଙ୍କୁ ଏସ୍‍ଏମ୍‍ଏସ୍‍ ସୁବିଧା ମିଳିବ ନାହିଁ। ଏୟାରଟେଲର ୪୪୮ ଟଙ୍କିଆ ଏବଂ ଜିଓର ୪୪୯ ଏବଂ ୪୪୮ ଟଙ୍କିଆ ପ୍ଲାନ୍‍ର ମୁକାବିଲା ପାଇଁ ଭୋଡ଼ାଫୋନ୍‍ ୪୫୮ ଟଙ୍କିଆ ପ୍ଲାନ୍‍ ବଜାରକୁ ଛାଡ଼ିଛି। ଉଲ୍ଲେଖ ଯେ ଏୟାରଟେଲର ୪୪୮ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ଦିନକୁ ୧.୪ ଜିବି ଡାଟା, ଅସୀମିତ ଭଏସ କଲ ଏବଂ ଦିନକୁ ୧୦୦ଟି ଏସ୍‍ଏମ୍‍ଏସ୍‍ ସୁବିଧା ମିଳୁଛି। ଏହାର ବୈଧତା ୮୨ ଦିନ ରହିଛି। ସେହିପରି ରିଲାଏନ୍ସ ଜିଓର ୪୪୯ ଟଙ୍କିଆ ପ୍ଲାନରେ ଦିନକୁ ୧.୫ ଜିବି ଡାଟା, ଅସୀମିତ ଭଏସ୍‍ କଲ, ଦିନକୁ ୧୦୦ ଏସ୍‍ଏମ୍‍ଏସ୍‍ ସୁବିଧା ମିଳୁଛି। ଏହି ପ୍ଲାନ୍‍ର ବୈଧତା ୯୧ ଦିନ ରହିଛି। ସେହିପରି ରିଲାଏନ୍ସ ଜିଓର ୪୪୮ ଟଙ୍କିଆ ପ୍ଲାନରେ ଦିନକୁ ୨ ଜିବି ଡାଟା, ଅସୀମିତ ଭଏସ କଲ, ଦିନକୁ ୧୦୦ ଏସ୍‍ଏମ୍‍ଏସ୍‍ ସୁବିଧା ମିଳୁଛି ଓ ଏହାର ବୈଧତା ୮୪ ଦିନ ରହିଛି।

Leave A Reply