ଭୋଡାଫୋନ ଲଞ୍ଚ କଲା ୧୧୯ଟଙ୍କାର ପ୍ଳାନ

0
747
courtesy-money.cnn.com

ନୂଆଦିଲ୍ଲୀ : ଭୋଡାଫୋନ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ଶସ୍ତା ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଏହି ନୂଆ ପ୍ଳାନରେ ୧୧୯ଟଙ୍କାରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ କଲିଙ୍ଗର ସୁବିଧା ପାଇପାରିବେ। ଭୋଡାଫୋନର ଏହି ପ୍ଳାନରେ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହି ପ୍ଳାନରେ ମେସେଜର କୌଣସି ସୁବିଧା ଦିଆଯାଇନାହିଁ। ଏହି ପ୍ଳାନ କିଛିଦିନତଳେ ଲଞ୍ଚ ହୋଇଥିବା ୧୬୯ଟଙ୍କାର ପ୍ଳାନ ଭଳି। ଏହି ପ୍ଳାନକୁ ଭୋଡାଫୋନର ସାଇଟରେ ଦେଖିପାରିବେ।

courtesy-irishexaminer.com

କହିରଖୁଛୁ କିଛିଦିନତଳେ ଏୟାରଟେଲ ମଧ୍ୟ ୧୬୯ଟଙ୍କାର ଏକ ପ୍ଳାନ ଲଞ୍ଚ କରିଥିଲା। ଏହି ପ୍ଳାନରେ ୨୮ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ୨ଜି/୩ଜି/୪ଜି ଡାଟା ମଳିଥାଏ। ଏହାସହିତ ୧୦୦ମେସେଜ ଏବଂ ଅନଲିମିଟେଡ କଲିଙ୍ଗର ସୁବିଧା ରହିଛି।

LEAVE A REPLY

Please enter your comment!
Please enter your name here