ଟାଇପ୍-ସି ଚାର୍ଜିଙ୍ଗ ଏବଂ ୪୮ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ଭିଭୋ ଜେଡ୍-୧ଏକ୍ସ’

0

ନୂଆଦିଲ୍ଲୀ : ଭିଭୋ କମ୍ପାନୀ ପକ୍ଷରୁ ଶୁକ୍ରବାର ଭାରତରେ ‘ଭିଭୋ ଜେଡ୍-୧ଏକ୍ସ’ ଫୋନର ବଜାର ପ୍ରବେଶ କରିଛି। ଏହି ଫୋନ ଭିଭୋ ଜେଡ-୧ଫୋନର ଅପଗ୍ରେଡ ଭର୍ସନ। ଏଥିରେ ଟାଇପ୍-ସି ଚାର୍ଜିଙ୍ଗ ସହିତ ୪୮ଏମପି କ୍ୟାମେରା ଦିଆଯାଇଛି। ଫୋନରେ ୬.୩ଇଞ୍ଚର ଏମୋଲେଡ ଡିସପ୍ଲେ ରହିଛି। ଫୋନର ପଛପଟ ପ୍ୟାନେଲରେ ଫ୍ଲାସ୍ ଦିଆଯାଇଛି। ଫୋନରେ ଆପଣଙ୍କୁ ଆଣ୍ଟି ଫ୍ଲିକର ମଳିବ। ଏହାବ୍ୟତୀତ ଏଥିରେ ଡାର୍କ ମୋଡ୍ ଏବଂ ୱାଇଡୱାଇନ୍ ଏଲ ୱାନର ସପୋର୍ଟ ରହିଛି। ଏହାଦ୍ବାରା ଆପଣ ଆମାଜନ ପ୍ରାଇମ୍ ଏବଂ ନେଟପିକ୍ସଲର ଏଚଡି ଭିଡ଼ିଓ ଆରାମରେ ଦେଖିପାରିବେ। ଏଥିରେ ୩.୫ଏମ୍ଏମ୍ ହେଡଫୋନ ଜ୍ୟାକ୍ ଦିଆାଯାଇଛି।
‘ଭିଭୋ ଜେଡ୍-୧ଏକ୍ସ’ରେ ପ୍ରଥମ କ୍ୟାମେରାଟି ୪୮ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୨ମେଗାପିକ୍ସେଲର ରହିଛି। ଏହାସହିତ ୩୨ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି। କ୍ୟାମେରା ସହିତ ଆପଣଙ୍କୁ ଏମଆଇ ନାଇଟ ମୋଡ଼୍, ବ୍ୟାକଲାଇଟ ଏଚଡିଆର ଏବଂ ପ୍ରୋଟେକ୍ଟ ଳାଇଟ ଇଫେକ୍ଟ ଭଳି ଫିଚର ରହିଛି।

pic courtesy-firstpost

ଫୋନରେ ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ରହିଛି। କ୍ବାଲାକମର ସ୍ନାପଡ୍ରାଗନ ୭୧୨ପ୍ରୋସେସର, ୪ହଜାର ୫୦୦ ଏମ୍ଏଚ୍ ବ୍ୟାଟେରୀ, ୨୨.୫ୱାଟର ଭିଭୋ ଚାର୍ଜିଙ୍ଗ ସପୋର୍ଟ ରହିଛି। ଫୋନକୁ ନେଇ କମ୍ପାନୀର କହିବା କଥା ଏହାକୁ ୩୦ମିନିଟ ଚାର୍ଜ କରିବା ଦ୍ବାରା ଏହା ୫୦ପ୍ରତିଶତ ଚାର୍ଜ ହୋଇଯିବ। ଫୋନର ସୁରକ୍ଷା ପାଇଁ ଏଥିରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ଦିଆଯାଇଛି। ଯାହା ମାଧ୍ୟମରେ ଫୋନକୁ ମାତ୍ର ୦.୪୮ସେକେଣ୍ଡରେ ଅନଲକ କରିହେବ। ଏଥିରେ ଫେସଅନଲକ ମଧ୍ୟ ରହିଛି।
ସେପ୍ଟେମ୍ବର ୧୩ରୁ ଅନଲାଇନ ଷ୍ଟୋର ଫ୍ଲିକାର୍ଟ, ଭିଭୋ ଅନଲାଇନ ଷ୍ଟୋରରେ ଫୋନର ବିକ୍ରି ଆରମ୍ଭ ହେବ। ‘ଭିଭୋ ଜେଡ୧ଏକ୍ସ’ର ୬ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୬ହଜାର ୯୯୦ଟଙ୍କା। ଏବଂ ୬ଜିବି ରାମ, ୧୨୮ଜିବି ଷ୍ୟୋରେଜର ମୂଲ୍ୟ ୧୮ହଜାର ୯୯୦ଟଙ୍କା ରହିଛି।

Leave A Reply