ଆଇନଷ୍ଟାଇନଙ୍କ ଭାଓଲିନ୍‌ ୩.୩୫ କୋଟି ଟଙ୍କାରେ ନିଲାମ

0

ନ୍ୟୁୟର୍କ: ଆଲବର୍ଟ ଆଇନ ଷ୍ଟାଇନ ବଜାଉଥିବା ଏକ ଭାଓଲିନ୍‌ ଭାରତୀୟ ମୁଦ୍ରାରେ ୩.୩୫ କୋଟି ଟଙ୍କାରେ ନିଲାମ ହୋଇଛି । ଏଥିରେ ବିଶ୍ୱର ସବୁଠାରୁ ମହାନ ବୈଜ୍ଞାନିକଙ୍କ ପାଇଁ ଏହି ଭାଓଲିନ୍‌ ତିଆରି କରାଯାଇଥିବା ଉଲ୍ଲେଖ ରହିଛି ।

ଏହି ଭାଓଲିନକୁ ଅବସର ସମୟରେ ବଜାଇବା ପାଇଁ ଆଇନ ଷ୍ଟାଇନ ଭଲପାଉଥିଲେ । ଆମେରିକାର ଏକ ନିଲାମକାରୀ ସଂସ୍ଥା ଦ୍ୱାରା ଏହାକୁ ନିଲାମ କରାଯାଇଛି । ୫ଲକ୍ଷ ୧୬ ହଜାର ଆମେରିକୀୟ ଡଲାର  ବା ପ୍ରାୟ ୩ କୋଟି ୩୫ ଲକ୍ଷ ଟଙ୍କାରେ ଏହାକୁ ନିଲାମ କରାଯାଇଛି । ବିନା ସଂଙ୍ଗୀତରେ ଓ  ସଂଙ୍ଗୀତ ବଜାଇବା ବିନା ମୋ ଜୀବନ  ଅନିଶ୍ଚିତା ଭିତରକୁ ଚାଲିଯାଏ  ମୁଁ ସଙ୍ଗୀତରେ ବୁଡି ରହି ସ୍ୱପ୍ନ ଦେଖିଥାଏ ବୋଲି ଆଇନ ଷ୍ଟାଇନ କହିଥିଲେ । ସଙ୍ଗୀତରେ ସବୁଠାରୁ ଅଧିକ ଆନନ୍ଦ ପାଉଥିବା କଥା ଆଇନ ଷ୍ଟାଇନ ପ୍ରକାଶ କରିଥିଲେ ।

Leave A Reply