ଭିଜିଲାନ୍ସ ଜାଲରେ ଡିଆରଡିଏ ପ୍ରକଳ୍ପ ସଂଯୋଜକ

0

ଭଦ୍ରକ : ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ପ୍ରକଳ୍ପ ସଂଯୋଜକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛନ୍ତି। ପ୍ରକଳ୍ପ ସଂଯୋଜକ ହେଲେ ସନ୍ଦୀପ ମହାନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଦଳ ଏକକାଳୀନ ଶ୍ରୀ ମହାନ୍ତିଙ୍କ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଚଢଉ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଡିଆରଡିଏ ପ୍ରକଳ୍ପ ସଂଯୋଜକ ଥିବା ସନ୍ଦୀପ ମହାନ୍ତିଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ବୁଧବାର ସକାଳେ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଭିଜିଲାନ୍ସର ୫ଟି ଟିମ ଏକକାଳୀନ ଶ୍ରୀ ମହାନ୍ତି ବାସଗୃହ, କାର୍ଯ୍ୟାଳୟରେ ଚଢଉ କରିଥିଲେ। ଶ୍ରୀ ମହାନ୍ତିଙ୍କର ଭଦ୍ରକ ଅସ୍ତଳ ସ୍ଥିତ ପୈତୃକ ଘର, କୁଆଁସ ସ୍ଥିତ ଶ୍ବଶୁର ଘର, ପୁରୀ ସ୍ଥିତଘର ଓ ଭୁବନେଶ୍ବର ଘରେ ଚଢଉ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ସବିଶେଷ ସୂଚନା ମିଳି ନଥିବା ବେଳେ ଚଢଉରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Leave A Reply