ପୁଣି ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ

0

ବରଗଡ଼: ବରଗଡ ଜିଲା ଦୁଇ ସରକାରୀ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳସମ୍ପଦ ବିଭାଗରେ କାର୍ୟ୍ୟରତ ୨ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଚଢଉ କରାଯାଉଥିବା ସୂଚନା ମିଳିଛି । ସେମାନଙ୍କ କାର୍ୟ୍ୟାଳୟ ସମେତ ବରଗଡ଼ରେ ଥିବା ବାସଭବନ, ସମ୍ପର୍କୀୟଙ୍କ ଘର ଆଦି ମୋଟ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି। ବରଗଡ଼ ଭିଜିଲାନ୍ସ ଡିଏସ୍ପି ବି. କେ. ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସର ୫ଟି ଟିମ୍‌ ବରଗଡ଼ ସହରର ଶିବାନନ୍ଦ ନଗର, ଭିଏସ୍ଏସ୍ ନଗର, ନିଲେଶ୍ୱର, ବରପାଲି ଆଦି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।

Leave A Reply