ପୁଣି ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ବାଲିକୁଦା ପୂର୍ତ୍ତବିଭାଗ ଉପଖଣ୍ଡର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଏକକାଳୀନ ୮ଟି ଟିମ୍‌ ତାଙ୍କର ବାଲିକୁଦାସ୍ଥିତି କାର୍ୟ୍ୟାଳୟ ପୁରହିତପୁର ସ୍ଥିତ ଶ୍ୱଶୁର ଘର, ସାନମୁଣ୍ଡିଲ ସ୍ଥିତ ଭଉଣୀ ଘର, ଭୁବନେଶ୍ୱରର ଭଡ଼ା ଘର ସମେତ ଜାଗମରା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି । ଚଢଉ ବେଳେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମିଳିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

Leave A Reply