ସରକାରୀ ଅରବାନ୍ ଏଜୁକେସନ୍ କମ୍ପେ୍ଲକ୍ସରେ ଭିଜିଲାନ୍ସ ଚଢଉ

0

ରାଉରକେଲା: ରାଉରକେଲାର ସରକାରୀ ଅରବାନ୍ ଏଜୁକେସନ୍ କମ୍ପେ୍ଲକ୍ସରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଚାଉଳ ଦୁର୍ନୀତି ଅଭିଯୋଗରେ ଏହି ଚଢଉ କରାଯାଇଛି । ଉଦିତ ନଗରରେ ଥିବା ଦୁଇଟି ଅରବାନ୍ ଏଜୁକେସନ୍ କମ୍ପେ୍ଲକ୍ସ-୧ ଓ ୨, ବେଦବ୍ୟାସରେ ଥିବା ଅନ୍ୟ ଏକ ଅରବାନ୍ ଏଜୁକେସନ୍ କମ୍ପେ୍ଲକ୍ସ ଏବଂ ଏସଟିଆଇ ଛକରେ ଥିବା ୱାୟାର ହାଉସରେ ଭିଜିଲାନ୍ସର ୪ଟି ଟିମ୍ ଏକାକଳୀନ ଚଢଉ କରିଛି । ସରକାରୀ ୱାୟାର ହାଉସରୁ ଅରବାନ୍ ଏଜୁକେସନ୍ କମ୍ପେ୍ଲକ୍ସର ହଷ୍ଟେଲ ପାଇଁ ଚାଉଳ ଆଣି ବାହାରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଚଢଉ ଜାରି ରହିଛି ।

Leave A Reply