ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ

0

କେନ୍ଦ୍ରାପଡ଼ା: ଲାଞ୍ଚ ନେଇ ଜଣେ ଶିକ୍ଷା ଅଧିକାରୀ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଶିକ୍ଷା ଅଧିକାରୀ ଅନନ୍ତ କୁମାର ବେହେରା କୁରୁଣ୍ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବୈଲୋଚନ ଦାସଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବିଷ୍ୟନିଧି ପାଣ୍ଠି ଟଙ୍କା ଦେବା ପାଇଁ ଶିକ୍ଷା ଅଧିକାରୀ ଅନନ୍ତ କୁମାର ବେହେରା ଶ୍ରୀଦାସଙ୍କୁ ଲାଞ୍ଚ ମାଗିଥିଲେ । ଏସମ୍ପର୍କରେ ଶ୍ରୀ ଦାସ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ । ପୂର୍ବନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ଲାଞ୍ଚ ନେଲା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି ।

Leave A Reply