ଯଦି ଭିଡିଓ ଗେମ ଖେଳୁଛନ୍ତି ତେବେ ସାବଧାନ

0

ନୂଆଦିଲ୍ଲୀ: ଯୁଗ ବଦଳିବା ସହ ଆଜିର ପିଲାଙ୍କ ଅଭ୍ୟାସରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ବର୍ତ୍ତମାନ ଯୁଗର ପିଲାମାନେ ଆଉଟ ଡୋର ଅଥବା ଇନ୍‍ ଡୋର ଗେମ୍‍ ଅପେକ୍ଷା ଭିଡିଓ ଗେମ ପ୍ରତି ଅଧିକ ଅକର୍ଷିତ ହେଉଥିବା ଦୃଶ୍ୟମାନ ହେଉଛି। ଏଣିକି କମ୍ପ୍ୟୁଟର ଅଥବା ମୋବାଇଲ ଗେମ୍‍ ପିଲାଙ୍କ ସବୁଠାରୁ ବଡ଼ ବନ୍ଧୁ ପାଲଟି ଯାଇଛି। ତେବେ ଏହି ଅଭ୍ୟାସ ପିଲାଙ୍କ ମାନସିକତାରେ ବଡ଼ ପରିବର୍ତ୍ତନ ହେଉଛି। ଏଭଳି ରିପୋର୍ଟ ପ୍ରକାଶ କରିଛି ୱାଲ୍ଡ ହେଲ୍‍ଥ ଅର୍ଗାନାଇଜେସନ(ଡବ୍ଲୁଏଚଓ)। ଏହି ଅର୍ଗାନାଇଜେସନର ରିପୋର୍ଟ ଅନୁଯାୟୀ ପିଲାଙ୍କ ଭିଡିଓ ଗେମ ଖେଳିବାର ଅଭ୍ୟାସ ସେମାନଙ୍କୁ ମାନସିକ ଭାବରେ ଅସୁସ୍ଥ କରିଦେଉଛି।

ଡବ୍ଲୁଏଚଓ(ହୁ)ର ରିପୋର୍ଟ ଅନୁଯାୟୀ ଇଣ୍ଟରନ୍ୟାସନାଲ କ୍ୱାଲିଫିକେସନ୍‍ ଡିଜିଟ(ଆଇସିଡି)ର ଏକ ନୂଆ ସଂସ୍କରଣ ଆଇଡିସି-୧୧ରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦର୍ଶାଯାଇଛି। ଏଥିରେ ଗେମିଂ ଡିସ୍ ଅର୍ଡର ଅଥବା ଇଣ୍ଟରନେଟ ଗେମିଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଉଲ୍ଲେଖ ରହିଛି।

୨୦୧୯ମେ ମାସରେ ହେବାକୁ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଆଇଡିସି-୧୧ ସନ୍ଦର୍ଭକୁ ପ୍ରସ୍ତୁତ କରାଯିବ। ଏହି ସମସ୍ୟାକୁ ସମ୍ମିଳନୀରେ ଉପସ୍ଥାପନ କରାଯିବା ସହ ସମଗ୍ର ବିଶ୍ୱରେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ମଧ୍ୟ ଏଥିରେ ସାମିଲ କରାଯିବ।

ଏହି ପ୍ରକ୍ରିୟାରେ ୫୦୦ପ୍ରକାର ଉପସର୍ଗକୁ ତୁଳନାତ୍ମକ ଭାବରେ ଉପସ୍ଥାପିତ କରାଯିବ। ଏଥିରେ ପିଲାଙ୍କ ମାନସିକ ବିକାଶକୁ କିପରି ଭାବରେ ଭିଡିଓ ଗେମ୍‍ ବିଚଳିତ କରିବା ସହ ଏହାକୁ ଭିନ୍ନ ଏକ ଅବାସ୍ତବ ଦୁନିଆ ଭିତରକୁ ନେଇ ଯାଉଛି ସେ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯିବ।

Leave A Reply