ଗ୍ରାମବାସୀଙ୍କ ସହ ଭିଡିଓ କନଫେରେସିଙ୍ଗ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ

0

ରାୟଗଡା: ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମୀଣ ବିଦ୍ୟୁତିକରଣ ଓ ଗୃହ ବିଦ୍ୟୁତ ସଂଯୋଗୀକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି। ରାୟଗଡା ବ୍ଲକର ଲାକୁବାଡି ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ ଆଇ ସି ପ୍ରକୋଷ୍ଠରେ ଭିଡିଓ କନଫେରେସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କଥା ହୋଇଛନ୍ତି। ଜିଲ୍ଲାପାଳ ଗୂହା ପୁନମ ତାପସ କୁମାର ହିତାଧିକାରୀଙ୍କୁ ବିଦ୍ୟୁତ ସେବା ବିଷୟରେ ପଚାରି ବୁଝିଥିଲେ। ଗତ ଅଗଷ୍ଟ ୨୦୧୬ରେ ଲାକୁବାଡି ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ସମସ୍ତ ଘରକୁ ବିଦ୍ୟୁତ ସଂଯୋଗ  କରାଯାଇଥିବାରୁ ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ଦେଶ ବିଦେଶର ଖବର ସହ ମନୋରଞ୍ଜନ ହୋଇପାରୁଥିବାର ଗ୍ରାମବାସୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply