ଉଷସୀଙ୍କ ନାମରେ ପାଲଟା ଅଭିଯୋଗ

0

ଅନୁଗୁଳ: ଅନୁଗୁଳ କଣିହାଁ ଥାନା ଡେରେଙ୍ଗେ ଅଞ୍ଚଳରେ ଉଷଓୀଙ୍କୁ ମାଡ ଘଟଣା ଏବେ ନୂଆ ମୋଡ଼ ନେଇଛି । ଗତ ୨୩ ତାରିଖ ଦିନ ଉଷସୀ ମିଶ୍ରଙ୍କୁ ମାଡ଼ ମାରିବା ଘଟଣାରେ କଣିହାଁ ଥାନା ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ବେଳେ ଘଟଣା ଦିନ ଇନ୍ଦ୍ରମଣି ଏନେଇ ତାଳଚେର ଏସଡିଜେଏମ କୋର୍ଟ ରେ  ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ କହିବା କଥା ଥିଲା ଉଷସୀ ଯାତ୍ରା ଦିନ ନିଜେ ଗାଡି ଡ୍ରାଇଭିଙ୍ଗ କରି ଭିଡ଼ ଭିତରେ ଯାଉଥିବା ବେଳେ ଇନ୍ଦ୍ରମଣିଙ୍କ ପାଦ ଆଙ୍ଗୁଠି ଉପରେ ଚଢି ଯାଇଥିଲା ଗାଡି । ଯାହକୁ ନେଇ ଇନ୍ଦ୍ରମଣି ଏହାକୁ ନେଇ ବିରୋଧ କରିଥିଲେ । ଏହାକୁ ନେଇ ଉଷସୀ ଗାଡ଼ିରୁ ଓହ୍ଲାଇ ଚପଲ ଖୋଲି ଇନ୍ଦ୍ରମଣିଙ୍କୁ ବାଡେଇ ଥିଲେ । ଘଟଣା ପରେ ସେଠାରେ ଥିବା ଲୋକମାନେ ପାଟିତୁଣ୍ଡ କରିବା ସହ ଉଷସୀଙ୍କୁ ଟଣା ଓଟରା କରିଥିଲେ । ଯାହାକୁ ନେଇ ଘଟଣା ଦିନ ଉଷସୀ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ କଣିହାଁ ଥାନା ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ଗିରଫ କରିଥିଲା ତେବେ ଗତ ୨୩ ତାରିଖ ଦିନ ଏନେଇ ତାଳଚେର ଏସଡିଜେଏମ କୋର୍ଟରେ ଉଷସୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଥିଲେ  । ସେହି ଅଭିଯୋଗ ପରେ ତାଳଚେର ଏସଡିଜେଏମ କଣିହାଁ ଥାନା ରେ କେଶ କରିବା ପାଇଁ କହିବା ପରେ ୨୪ ତାରିଖ ଦିନ ୫୬/୧୮ ରେ  ଉଷସୀଙ୍କ ନାଁ ରେ ଏକ କେଶ ରୁଜୁ କରିଛି କଣିହାଁ ଥାନା ।

Leave A Reply