ଗର୍ଭାବସ୍ଥାରେ ତୁଳସୀ ଖାଇଲେ ଏହି ୫ଟି ଲାଭ ମିଳେ!

0

ତୁଳସୀ ପତ୍ର କୌଣସି ଔଷଧ ଠାରୁ କମ୍ ନୁହେଁ। ଏହା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କୁହାଯାଏ ତୁଳସୀ ପତ୍ର ଗର୍ଭସ୍ଥ ମହିଳାଙ୍କ ପାଇଁ ଏକ ବରଦାନ ଅଟେ। ଗର୍ଭାବସ୍ଥାରେ ଏହାକୁ ନିୟମିତ ଖାଇବା ଦ୍ବାରା ଅନେକ ସୁଫଳ ମିଳିଥାଏ।

ଏକ ସର୍ବେକ୍ଷଣରୁ ଜଣାପଡିଛି, ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ ଏବଂ ଆଣ୍ଟି-ଫଙ୍ଗଲ ଗୁଣ ରହିଥାଏ। ଯାହା ଗର୍ଭାବତୀ ମହିଳାଙ୍କ ପାଇଁ ଉତ୍ତମ ଅଟେ।

ଏଥିରେ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ରହିଥାଏ । ଯାହା ଗର୍ଭସ୍ଥ ଶିଶୁଙ୍କ ହାଡ ବିକାଶରେ ସାହଯ୍ୟ କରେ।

ତୁଳସୀ ପତ୍ରରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ। ଫଳରେ ମା ଓ ଗର୍ଭସ୍ଥ ଶିଶୁ ଉଭୟଙ୍କୁ ସଂକ୍ରମଣ ହେବାରୁ ରକ୍ଷା କରେ।

ତୁଳସୀ ପତ୍ରରେ ଥିବା ‘ଭିଟାମିନ୍ ଏ’ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଆବଶ୍ୟକ ଅଟେ।

ପ୍ରତିଦିନ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ବାରା ଶରୀରରେ ରକ୍ତହୀନତା ଦେଖାଦିଏ ନାହିଁ।

ଗର୍ଭାବସ୍ଥାରେ ଅଧିକାଂଶ ମହିଳାଙ୍କ ନିକଟରେ ଏନିମିୟା ସମସ୍ୟା ଦେଖାଯାଏ। ଏମାନେ ପ୍ରତିଦିନ ତୁଳସୀ ପତ୍ର ଖାଇବା ଲାଭଦାୟକ ଅଟେ।

Leave A Reply