ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ୫ ଗୁରୁତର

0

ଗଞ୍ଜାମ: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ମୃଗ ବିହାର ନିକଟରେ ଗୋଟିଏ ଗଛକୁ ଧକ୍କା ଦେଇ ଟ୍ରକଟି ଓଲଟି ଯାଇଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଟ୍ରକଟି ରାୟଗଡ଼ାରୁ ଖୋର୍ଦ୍ଧା ଯାଉଥିବାର ଜଣା ପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ଗୁରୁତର ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛି।

Leave A Reply