ଦୁଇ ଟ୍ରଲର ମୁହାମୁହିଁ, ୨ଆହତ

0

ଝାରସୁଗୁଡା: ଦୁଇ ଟ୍ରଲର ମଧ୍ୟରେ ଦୁର୍ଘଟଣା ହୋଇ ଦୁଇଜଣ ଆହତ ହୋଇଛନ୍ତି। ଝାରସୁଗୁଡା ଜିଲା ବେଲପାହାଡ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ଓଭରବ୍ରିଜରେ ଗୋଟିଏ ଟ୍ରଲର ଅନ୍ୟକୁ ଓଭରଟେକ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଟ୍ରଲର ଡ୍ରାଇଭର ଆହତ ହୋଇଥିବ ଜଣାପଡିଛି।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ଏହି ଓଭରବ୍ରିଜ୍‍ରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥଲା। ଉଭୟ ଟ୍ରକ ଓଭରବ୍ରିଜ ନିକଟରେ ପଡି ରହିଛି। ଆଜି ପୁଣି ଏହି ଠାରେ ଦୁଇ ଟ୍ରଲର ମଧ୍ୟରେ ଧକ୍କା ଘଟିଛି।

Leave A Reply