ରେଳ ସମ୍ପର୍କିତ ଜାଣିବା କଥା

0

ନିୟମିତ ହଜାରହଜାର ଲୋକେ ରେଳରେ ଯାତାୟାତ କରୁଛନ୍ତି ହେଲେ ଏହାର ସଙ୍କେତକୁ ନେଇ ଅଧିକାଂଶଙ୍କର କୌଣସି ଧାରଣା ନାହିଁ । ଶେଷ ରେଳ ବଗି ପଛରେ ହଳଦୀ ରଙ୍ଗର ଛକି ଚିହ୍ନ ରହିଥାଏ । ରେଳ ଚାଲିବା ଦ୍ବାରା ଏହା ସୂଚିତ କରେ ଯେ ରେଳ ଯାତ୍ରା ଆରମ୍ଭ ହୋଇଗଲାଣି । କର୍ମଚାରୀମାନେ ଏହି ସୂଚନା ଆଗାମୀ ଷ୍ଟେସନକୁ ଦେଇଥାନ୍ତି ।

ରେଳର ଶେଷ ବଗିରେ ଲାଲ ବତି ମଧ୍ୟ ଲାଗିଥାଏ ।ଏହା ମଧ୍ୟ ରେଳ ଯାତ୍ରାର ସୂଚନା ଦେଇଥାଏ । ଅନେକ ବର୍ଷ ପୂର୍ବେ ଏହି ବତି ତେଲ ଦ୍ବାରା ଜଳୁଥିବାବେଳେ ଏବେ ବିଦ୍ୟୁତ୍ ଚାଳିତ ବତିର ବ୍ୟବହାର କରାଯାଉଛି । ପ୍ରତି ୫ ସେକେଣ୍ଡରେ ଏହା ଆଲୋକିତ ହୁଏ ଓ ବନ୍ଦ ହୁଏ ।

ଶେଷ ବଗିରେ ‘ଏଲଭି’ ନାମକ ସଙ୍କେତ ମଧ୍ୟ ବୋର୍ଡରେ ଲାଗିଥାଏ ।ଯେଉଁ ରେଳରେ ଏହି ସଙ୍କେତ ନଥାଏ, ସେଥିରେ ଯାନ୍ତ୍ରିକ ତ୍ରୁଟି ଅଛି ବୋଲି କର୍ମଚାରୀ ଜାଣିପାରନ୍ତି । ତୁରନ୍ତ ସେହି ରେଳକୁ ଅଟକା ଯାଇଥାଏ ।

Leave A Reply