କଣ ରନ୍ଧା ହେଉଛି ଜାଣିପାରିବେ ଟ୍ରେନ୍‍ ଯାତ୍ରୀ

0

ନୂଆଦିଲ୍ଲୀ: ଏଣିକି ଟ୍ରେନ୍‍ ଯାତ୍ରୀଙ୍କ ପାଇଁ କଣ ରନ୍ଧା ଯାଉଛି ଓ ସେମାନଙ୍କୁ ଖାଦ୍ୟରେ କଣ ପରଷା ଯିବ ସେ ସମ୍ପର୍କରେ ଯାତ୍ରୀମାନେ ଆଗୁଆ ଜାଣିପାରିବେ। ଆଇଆରସିଟିସି ୱେବ୍‍ସାଇଟ୍‍ରେ ଏ ସମ୍ବନ୍ଧିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର ଆପ୍‍ ବିକଶିତ କରାଯାଇଛି। ରେଳ ଓ କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଗୋୟଲ୍‍ଙ୍କ ସୂଚନା ଅନୁଯାୟୀ ୱେବ୍‍ସାଇଟ୍‍ରୁ ଯାତ୍ରୀମାନେ ରୋଷେଇ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ମୁମ୍ବଇ ଓ ଦିଲ୍ଲୀ ସମେତ ଦେଶର ୧୬ଟି ଷ୍ଟେସନ୍‍ର ବେସ୍‍ କିଚେନ୍‍ରେ ସିସିଟିଭି କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ପର୍ଯର୍୍ୟାୟରେ ଦେଶର ସମସ୍ତ ୨୦୦ ବେସ୍‍ କିଚେନ୍‍ରେ ଏଭଳି କ୍ୟାମେରା ଲଗାଯିବ। କ୍ୟାଟେରିଂ ପରିଚାଳନାରେ ଶୁଦ୍ଧତା ଓ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଏଥିସହିତ କୁକ୍‍ମାନେ ୟୁନିଫର୍ମ ପିନ୍ଧୁଛନ୍ତି କି ନାହିଁ ଓ ନିର୍ଦ୍ଦିଷ୍ଟ ନୀତି ନିୟମର ପାଳନ କରୁଛନ୍ତି କି ନାହିଁ ତାହା ଏହି ବ୍ୟବସ୍ଥା ଦ୍ୱାରା ଧରାପଡ଼ିବ।

Leave A Reply