ଭଦ୍ରକରେ ତିତଲିର ପ୍ରଭାବ : ଦବିଲା ଜାତୀୟ ରାଜପଥ

0

ଆରଡି : ଘୂର୍ଣ୍ଣିଝଡ ତିତଲି ପ୍ରଭାବରେ ଗୁରୁବାର ସକାଳୁ ଭଦ୍ରକ ଚାନ୍ଦବାଲି ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ପବନର ବେଗ ବଢିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ବିଶେଷକରି ସମୁଦ୍ର ଅଶାନ୍ତ ଯୋଗୁଁ ଉଚ୍ଚ ଜୁଆର ଢେଉ ଦୃଶ୍ୟମାନ ହେଉଥିଲା। ସାମୁଦ୍ରିକ ଜୁଆର ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀ ଫୁଲି ଉଠିବା ସହିତ ତଳିଆ ଅଞ୍ଚଳ ଗୁଡିକୁ ଜଳ ପ୍ରବେଶ କରିବାରେ ଲାଗିଛି। ଏହାର ପ୍ରଭାବରେ ବୈତରଣୀ ନଦୀର ବୋଡକ ଓ ଷାଠିବାଙ୍କୁଡା ନିକଟରେ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ବର ଜାତୀୟ ରାଜପଥରେ ପ୍ରାୟ ୬୦ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ନଦୀ ମଧ୍ୟକୁ ଢଳି ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ଦେଖା ଦେଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ବଡବଡ ଗଛ ଉପୁଡିବା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ବହୁ ଛପର ଘର ମଧ୍ୟ ଉଡିଯାଇଛି। ଅନ୍ୟପଟେ ବୁଧବାର ଠାରୁ ଆରଡିପୀଠରୁ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ବସ୍‍ ଗୁଡିକ ଆରଡିପୀଠରେ ଅଟକି ରହିଛି। ରାସ୍ତା ଓ ସମସ୍ତ ବଜାର ଜନଶୂନ୍ୟ ହୋଇଯାଇଥିବା ବେଳେ ଦୋକନ ବଜାର ସବୁ ବନ୍ଦ ରହିଛି।

Leave A Reply