‘ତିତ୍‌ଲି’ : ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି, ଖୁବ୍ ଶୀଘ୍ର ଆସିବେ କେନ୍ଦ୍ରୀୟ ଟିମ୍  

0

ଭୁବନେଶ୍ୱର :  ସାମୁଦ୍ରିକ ବାତ୍ୟା ତିତ୍‌ଲି ଓ ପରବର୍ତ୍ତି ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ୧୯ ଜଣଙ୍କର ମୃତ୍ୟୁର କାରଣ ନେଇ ଅନୁଧ୍ୟାନ ଚାଲିଛି ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ତିତ୍‌ଲି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍‌  ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ବୋଲି ସେ ସୂଚନା ଦେଇଛନ୍ତି ।

ତିତ୍‌ଲିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ପାରଳାଖେମୁଣ୍ଡିଠାରେ କ୍ଷୟକ୍ଷତି, ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି ।

Leave A Reply