ବାଘ ଚମଡା ରାକେଟ ମାମଲା ; ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

0

ଭୁବନେଶ୍ବର : ସମ୍ବଲପୁର ବାଘ ଚମଡା ରାକେଟର ମୁଖ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଶନିବାର ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡା କାରବାର ଏକ ରାକେଟକୁ କ୍ରାଇମବ୍ରାଞ୍ଚ ଧରିଥିଲା । ଚଢଉ ବେଳେ ସେମାନଙ୍କ ନିକଟରୁ ୪ଟି ବାଘ ଚମଡା ଜବତ ହୋଇଥିଲା । ଏହା ସହ ବାଘ ଚମଡା କାରବାର ଅଭିଯୋଗରେ ୭ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଜବତ ହୋଇଥିବା ବାଘ ଚମଡାର ବଜାର ମୂଲ୍ୟ ୧୦ଲକ୍ଷରୁ ୩୦ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି ।

Leave A Reply