ନିଜର ସାମ୍ରାଜ୍ୟ ତିଆରି ପାଇଁ ମହାମେଣ୍ଟ ହୋଇଛି : ମୋଦୀ

0

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମହାମେଣ୍ଟ ଗଠନ ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି ଯେ ଆମେ ଲୋକଙ୍କ ସେବା କରିବାକୁ ଚାହୁଁଥିବାବେଳେ ସେମାନେ ନିଜର ସାମ୍ରାଜ୍ୟ ତିଆରି ପାଇଁ ମହାମେଣ୍ଟ ଗଢ଼ିଛନ୍ତି। ରାଜନୈତିକ ଦଳଗୁଡ଼ିକ ନିଜର ସ୍ୱାର୍ଥ ହାସଲ ପାଇଁ ମହାମେଣ୍ଟ କରିଥିବାବେଳେ ବିଜେପି ଲୋକଙ୍କୁ ସଶକ୍ତ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର ୫ଟି ସଂସଦୀୟ ଆସନରୁ ବୁଥ୍‍ ସ୍ତରରେ ବିଜେପି କର୍ମୀଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ଅବସରରେ ସେ କହିଛନ୍ତି ଯେ, ବିଜେପି ଅନ୍ୟ ରାଜନୈତିକ ଦଳଗୁଡ଼ିକ ପରି ଭୋଟବ୍ୟାଙ୍କ ରାଜନୀତି କରୁନାହୁଁ। ଆମ ଦଳ ବିକାଶରେ ବିଶ୍ୱାସ ରଖେ। କୌଣସି ରାଜନୈତିକ ଦଳର ନାମ ନ ନେଇ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯଦି ମୋଦୀ ଏତେ ଖରାପ, କୌଣସି କାମ କରୁନାହାନ୍ତି, ତେବେ ଏ ମହାମେଣ୍ଟ କାହିଁକି ?? ସାଧାରଣ ଜନତା ଜାଣନ୍ତି କେଉଁ ସରକାର କାମ କରୁଛି। ଆଗାମୀ ନିର୍ବାଚନରେ ତାହା ଭୋଟର ହିଁ ନିର୍ଣ୍ଣୟ କରିବେ। କୃଷକ, ମହିଳା ଏବଂ ସମାଜରେ ଅନେକ ବର୍ଗର ଲୋକଙ୍କ ସହିତ ବିଜେପିର ସମ୍ପର୍କ ସୁଦୃଢ଼ ହୋଇଛି।

Leave A Reply