ଚୋରି କରିବାକୁ ଆସି ଶୋଇ ପଡିଲା ଚୋର

0

ପୁରୀ: ବଡଦାଣ୍ଡର ସନ୍ତୋଷୀ ଟେକ୍ସଟାଇଲ୍ ସମ୍ମୁଖରେ ଥିବା ଏକ ପାନ ଦୋକାନରୁ ଚୋରି କରିବା ପରେ ଖସି ଯିବା ବଦଳରେ ସେଠାରେ ଶୋଇ ପଡିଥିଲା ଚୋର । ଆଉ ନିଦ ଭାଙ୍ଗିବା ପରେ ଚୋରକୁ ଜେଲ ଯିବାକୁ ପଡିଥିଲା । ଏଭଳି ଏକ ହାସ୍ୟପଦ ଘଟଣା ବଡଦାଣ୍ଡରେ ଗତକାଲି ଦେଖିବାକୁ ମିଳିଥିଲା । ତେବେ ଏହି ଚୋରି ଅଭିଯୁକ୍ତ ଜଣଙ୍କ ହେଲେ ମାକେର୍ଟ ଛକରେ ରହୁଥିବା ସରସ୍ବତୀ ପୁରର ଚିତ୍ତରଞ୍ଜନ ଦିକ୍ଷୀତ୍(୨୨) । ଦୋକନୀ ବଳଭଦ୍ର ଲେନର ମନୋଜ କୁମାର ସାହୁଙ୍କ ଅଭିଯାଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଚୋରକୁ ଗିରଫ କରିଛି ।

Leave A Reply