ଆଶ୍ଚର୍ଯ୍ୟ ! ବଦଳି ହେବା ମାତ୍ରେ ଗର୍ଭବତୀ ହୋଇଗଲେ ୮୨ ଶିକ୍ଷୟିତ୍ରୀ

0

ଲକ୍ଷ୍ନୌ : ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଆନ୍ତଃଜିଲା ବଦଳି ପ୍ରକ୍ରିୟା ଅନୁସାରେ ଉତ୍ତରପ୍ରଦେଶର ବରେଲି ଜିଲାକୁ ବଦଳି ହୋଇ ଆସିଥିବା ୪୧୦ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୮୨ ଜଣ ଗର୍ଭବତୀ ହୋଇଯାଇଛନ୍ତି। ଖୋଦ୍‍ ଶିକ୍ଷୟିତ୍ରୀମାନେ ଏହି କଥା କହିଛନ୍ତି। ସହରରେ ଥିବା ସ୍କୁଲରେ ନିଯୁକ୍ତି ପାଇଁ ଶିକ୍ଷୟିତ୍ରୀମାନେ ଏପରି ବାହାନା କରୁଛନ୍ତି ବୋଲି ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ଆନ୍ତଃଜିଲା ବଦଳି ପ୍ରକ୍ରିୟା ଅନୁସାରେ ବରେଲିକୁ ୪୧୦ ମହିଳା ଶିକ୍ଷୟିତ୍ରୀ ଏବଂ ୫ ପୁରୁଷ ଶିକ୍ଷକ ବଦଳି ହୋଇ ଆସିଥିଲେ। କାଉସିଲିଂ ପରେ ସମସ୍ତଙ୍କୁ ସ୍କୁଲ ଆବଣ୍ଟନ କରାଯାଇଥିଲା। ନୟମ ଅନୁସାରେ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଖାଲି ପଡ଼ିଥିବା ସ୍କୁଲଗୁଡ଼ିକରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦୂର ସ୍କୁଲରେ ନିଯୁକ୍ତି ପାଇବା ପରେ ଏହାକୁ ବାତିଲ କରି ସହର ଏବଂ ଘର ପାଖ ସ୍କୁଲରେ ନିଯୁକ୍ତି ପାଇଁ ଶିକ୍ଷୟିତ୍ରୀମାନେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ପ୍ରାୟ ବଦଳି ବାତିଲ କରିବା ପାଇଁ ୨୫୦ଟି ଆବେଦନ ବିଏସ୍‍ଏ କାର୍ଯ୍ୟାଳୟକୁ ଆସି ସାରିଲାଣି। ବଦଳି ବାତିଲ କରିବା ପାଇଁ ଶିକ୍ଷୟିତ୍ରୀମାନେ ବିଭିନ୍ନ କାରଣ ଦର୍ଶାଇଛନ୍ତି। ସବୁଠାରୁ ଅଧିକ ୮୨ ଶିକ୍ଷୟିତ୍ରୀ ବଦଳି ବାତିଲ ପାଇଁ ଗର୍ଭବତୀ ଥିବାର କାରଣ ଦର୍ଶାଇଛନ୍ତି। ଏଭଳି ଆବେଦନ ଦେଖି ବିଏସ୍‍ଏ ଏବେ ସମସ୍ୟାରେ ପଡିଛି।

Leave A Reply