ଶିକ୍ଷକଙ୍କୁ ହତ୍ୟା,ଝିଅ ଗୁରୁତର

0

ବରଗଡ଼: ବରଗଡ଼ ଜିଲା ଆମ୍ବୋଭୋନାରେ ଜନୈକ ସିଆରସିସିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଦୁବୁର୍ତ୍ତଙ୍କ ଆକ୍ରମଣରେ ତାଙ୍କ ଝିଅ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ସାଧୁ ଚରଣ ପ୍ରଧାନ । ଶୁକ୍ରବାର ରାତିରେ ଶୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ଶ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅଭିଯୁକ୍ତ ଜଣଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତର କହିବାନୁଯାୟୀ ଭୁଲବଶତଃ ସେ ସିଆରସିସିଙ୍କୁ ହତ୍ୟା କରିଥିଲା । ତେବେ ପ୍ରକୃତରେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ସେ ନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି ।

Leave A Reply