ଚନ୍ଦ୍ରକୁ ଯିବ ଟୟୋଟାର ଏହି କାର ; ଜାଣନ୍ତୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ

0

ନୂଆଦିଲ୍ଲୀ : ଭାରତରେ ଟୟୋଟା ନିଜର ପ୍ରିମିୟମ ସେଗମେଣ୍ଟର ଲୋକପ୍ରିୟତା ବଢି ଚାଲିଛି। ଜାପାନର ଏହି ବୃହତ ଅଟୋମୋବାଇଲ କମ୍ପାନୀ ଚନ୍ଦ୍ରରେ ନିଜର କାର ପଠାଇବାକୁ ଯୋଜନା ରଖିଛି। ସୂଚନା ଅନୁସାରେ ଟୟୋଟା ଚନ୍ଦ୍ରରେ ଚଳାଇବା ପାଇଁ ଏକ କାର ନିର୍ମାଣ କରୁଥିବା ଜଣାପଡିଛି। ଯାହାକୁ କମ୍ପାନୀ ‘ଜକ୍ସା ଲୁନର ରୋବର’ ନାମକରଣ କରିଛି।
୬ଚକା ବିଶିଷ୍ଟ ଏହି କାରରେ ଦୁଇଟି ଲୋକ ୧୦ହଜାର କିମି ପର୍ଯ୍ୟନ୍ତ ଖୁବ ଆରମରେ ଯାତ୍ରା କରିପାରିବେ। କମ୍ପାନୀ ଏହି କାରକୁ ଏରୋସ୍ପେସ୍‍ ଏକ୍ସପ୍ଲୋରେସନ ଏଜେନ୍ସି ଦ୍ୱାରା ନିର୍ମାଣ କରୁଛି। ଯାହାକୁ ୨୦୨୯ ସୁଦ୍ଧା ଚନ୍ଦ୍ରରେ ପଠାଇବା ପାଇଁ ଯୋଜନା କରାଯାଇଛି। ଏହି କାରର ଲମ୍ବ ୬ମିଟର ରହିଛି, ଯେଉଁଥିରେ ୧୩ ବର୍ଗମିଟର ସ୍ଥାନ ରହିଛି। ଜକ୍ସା ଲୁନର ରୋବର କାର ବ୍ୟାଟେରୀ ଦ୍ୱାରା ଚାଲିବ, ଯାହା ସୌର ଶକ୍ତି ଦ୍ୱାରା ଚାଲିବ।

Leave A Reply