ତେନ୍ତୁଳି; ଶରୀର ପାଇଁ ଉପକାରୀ

0

ଦକ୍ଷିଣ ଭାରତର ପ୍ରାୟତଃ ପ୍ରତ୍ୟେକ ବ୍ୟଞ୍ଜନରେ ତେନ୍ତୁଳିର ବ୍ୟବହାର ହୋଇଥାଏ। ବିବାହ, ବ୍ରତରେ ସେଠାରେ ତେନ୍ତୁଳିର ଉପଯୋଗ ଭାତରେ ମଧ୍ୟ କରାଯାଉଥିବାର ଦେଖା ଯାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପୋଷକତତ୍ତ୍ବରେ ଭରପୂର ତେନ୍ତୁଳି ଶରୀର ପାଇଁ ଖୁବ୍ ହିତକାର ହୋଇଥାଏ। ତେନ୍ତୁଳିରେ ଥିବା ଫାଇବର ଶରୀରର ପାଚନକ୍ରିୟାକୁ ସଠିକ କରିବା ସହ ହଜମ ମଧ୍ୟ ଠିକ ଭାବେ କରିଥାଏ। ଏଥିରେ ଥିବା ପୋଟାସିୟମ ରକ୍ତଚାପ ଓ କୋଲେଷ୍ଟରଲକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥାଏ। ଏହା ସହ ହୃଦଯନ୍ତ୍ରକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେନ୍ତୁଳିର ଲୌହ ତତ୍ତ୍ବ ରକ୍ତସଞ୍ଚାଳନ ଠିକ ଭାବେ କରିଥାଏ। ଦକ୍ଷିଣ ଭାରତରେ ଛୋଟ ପିଲାଙ୍କୁ ଅନ୍ନପ୍ରାସନ୍ନରେ ତେନ୍ତୁଳି ମିଶ୍ରିତ ଖାଦ୍ୟ ଖୁଆଯାଏ। କାରଣ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି କୁହାଯାଇଛି।

Leave A Reply