www.samajalive.in
Sunday, December 7, 2025
23.1 C
Bhubaneswar

ସୁଇଜାରଲ୍ୟାଣ୍ଡରେ ଲାଗିବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ସୁଇଜାରଲ୍ୟାଣ୍ଡ ସରକାର ପ୍ରଖ୍ୟାତ ସିନେ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁବାଇଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ୫୫ବର୍ଷ ବୟସ୍କା ଶ୍ରୀଦେବୀ ବାଥଟବରେ ବୁଢିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା। ତେବେ ଶ୍ରୀଦେବୀଙ୍କ “ଚାନ୍ଦନୀ’ ସିନେମା ସୁଇଜାରଲ୍ୟାଣ୍ଡରେ ବେଶ୍‍ ଲୋକପ୍ରିୟ ହୋଇଥିଲା। ଏହି ସିନେମା ସୁଇଜରଲ୍ୟାଣ୍ଡରେ ସୁଟିଂ ହୋଇଥିଲା। ବଲିଉଡ଼ ସିନେମା ସହ ସୁଇଜରଲ୍ୟାଣ୍ଡର ଦୀର୍ଘ ସମ୍ପର୍କ ରହିଛି। ୧୯୬୪ରେ ରାଜକୁମରଙ୍କ “ସଙ୍ଗମ’ ସିନେମା ସୁଇଜରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ସୁଟିଂ ହେବା ପରେ ଏକାଧିକ ସିନେମା ସୁଟିଂ ପାଇଁ ନିର୍ଦେଶକ ଏହି ଦେଶକୁ ଅଧିକ ଗୁରୁତ୍ୱ ଦେଉଥିଲେ। ସୁଇଜରଲ୍ୟାଣ୍ଡର ସୌନ୍ଦର୍ଯ୍ୟ ଭାରତୀୟ ସିନେପ୍ରେମୀଙ୍କୁ ଅକୃଷ୍ଟ କରୁଥିବାବେଳେ ଏହା ଦ୍ୱାରା ଉକ୍ତ ଦେଶର ପର୍ଯ୍ୟଟନ ଶିଳ୍ପ ଲାଭାନ୍ୱୀତ ହୋଇଛି।
ଶ୍ରୀଦେବୀଙ୍କ ଚାନ୍ଦନୀ ମଧ୍ୟ ସୁଇଜରଲ୍ୟାଣ୍ଡରେ ସୁଟିଂ ହୋଇଥିଲା। ଏହି ସିନେମାକୁ ପରବର୍ତ୍ତୀ ସମୟରେ ସୁଇଜରଲ୍ୟାଣ୍ଡରେ ଲୋକପ୍ରିୟତା ଅର୍ଜନ କରିଥିଲା। ଚାନ୍ଦନୀ ସିନେମାର ସଙ୍ଗୀତରେ ଏକାଧିକ ସୁଇସ୍‍ ନୃତ୍ୟଶିଳ୍ପୀ ଭାଗ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବାକୁ ସୁଇସ ସରକାର ନିଷ୍ପତ୍ତି ନେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories