ମୁଁ ଆଜି ବି ବ୍ରହ୍ମାଣ୍ଡ ସୁନ୍ଦରୀ : ସୁସ୍ମିତା ସେନ

0

ମୁମ୍ବଇ: ୧୯୯୪ ମସିହା ୨୧ମେ’ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‍ ବ୍ରହ୍ମାଣ୍ଡ ସୁନ୍ଦରୀ (ମିସ୍‍ ୟୁନିଭର୍ସ) ମୁକଟ ଜିତିଥିଲେ। ଏହି ମୁକୁଟ ଜିତିବାରେ ସୁସ୍ମିତା ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ଆଜିର ଏହି ସ୍ମରଣୀୟ ଦିନକୁ ମନେପକାଇବାକୁ ଯାଇ ଅଭିନେତ୍ରୀ ସୁସ୍ମିତା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପଟୋ ସେୟାର କରିଛନ୍ତି। ସେ କହିଛନ୍ତି, ଆଜି ବି ସେ ସୁନ୍ଦରୀ ଏବଂ ତାଙ୍କ ଭିତରେ ବ୍ରହ୍ମାଣ୍ଡ ରହିଛି। ଅଭିନେତ୍ରୀ ସୁସ୍ମିତା ୧୮ବର୍ଷ ବୟସରେ ଏହି ଉପାଧି ଜିତିବାରେ ସଫଳ ହୋଇଥିଲେ। ଏହାଛଡା ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ହରାଇ ଭାରତ ସୁନ୍ଦରୀ (ମିସ୍‍ ଇଣ୍ଡିଆ) ମୁକୁଟ୍‍ ଅକ୍ତିଆର କରିଥିଲେ।

Leave A Reply