‘ଆମେ ଓ ଆମର’ ନୀତିରେ ବିଶ୍ୱାସ କରେ ଭାରତ: ସୁଷମା ସ୍ୱରାଜ

0

ନୂଆଦିଲ୍ଲ୍‍ୀ: ଆମେରିକାର ସଂରକ୍ଷଣ ନୀତି ‘ଆମେରିକା କେବଳ ଆମେରିକୀୟଙ୍କ ବା ପ୍ରଥମେ ମୁଁ’ ନୀତିକୁ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ନାପସନ୍ଦ କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ଆଭିମୁଖ୍ୟ ସପକ୍ଷରେ ନାହାନ୍ତି ବୋଲି କହିଛନ୍ତି। ପ୍ରଥମେ ମୁଁ ନୁହେଁ ଭାରତ ‘ଆମେ ଏବଂ ଆମର’ ନୀତିକୁ ବିଶ୍ୱାସ କରେ ବୋଲି ସୁଷମା ପ୍ରକାଶ କରିଛନ୍ତି। ଆଇ.ସି.ସି.ଆଇ ଦ୍ୱାରା ଆୟୋଜିତ ଏକ ସଭାରେ ସୁଷମା ଏହା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁଷମା କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ସଂରକ୍ଷଣ ସମସ୍ୟାକୁ ନେଇ ଗତିକରୁଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର କେବଳ ନିଜକୁ ଗୁରୁତ୍ୱ ଦେଲେ ବିଶ୍ୱର ଉନ୍ନତି ହୋଇପାରିବ ନାର୍ହି। ନିଜେ ଉନ୍ନତି କରିବା ସହ ଅନ୍ୟ ଦେଶକୁ ବିକାଶ ଦିଗରେ ସହଯୋଗ କରିବା ଆବଶ୍ୟକ। ଭାରତ ପଡୋଶୀ ଦେଶଙ୍କୁ ସହଯୋଗର ହାତ ବଢାଇଥାଏ। ଆମେରିକାର ଏଭଳି ନୀତି ଦ୍ୱାରା କେବଳ ତାଙ୍କ ଦେଶ ହିଁ ଉନ୍ନତି କରିବ। ଏହି ନୀତି ଦ୍ୱାରା ବିକାଶଶୀଳ ଏବଂ ଅବିକଶିତ ରାଷ୍ଟ୍ରଗୁଡ଼ିକର ଉନ୍ନତି ହେବ ନାହିଁ କି ସେମାନେ ସମକକ୍ଷକୁ ଆସିବେ ନାହିଁ। ଫଳରେ ଏହା ବିଶ୍ୱରେ ଏକ ଅସମାନତା ସୃଷ୍ଟି କରିବ। ଏହାସହ ନିଜ ଦେଶକୁ ଗୁରୁତ୍ୱ ଦେବା ସବୁ ନେତାଙ୍କ ପ୍ରଥମ କର୍ତ୍ତବ୍ୟ। ଯଦି ଟ୍ରମ୍ପ ନିଜ ଦେଶକୁ ପ୍ରଥମେ ପ୍ରାଥମିକତା ଦେଉଛନ୍ତି ତାହା ଉଚିତ୍‍। ହେଲେ ସଂରକ୍ଷଣ ନୀତି ବିଶ୍ୱର ବିକାଶ ଦିଗରେ ପ୍ରତିକୂଳ ପକାଇବ ବୋଲି ସୁଷମା କହିଛନ୍ତି। ଉଲ୍ଲେଖ ଯେ ଗତବର୍ଷ ସେପ୍ଟେମ୍ବରରେ ହୋଇଥିବା ମିଳିତ ଜାତିସଂଘ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ ଆମେରିକା ରାଷ୍ଟ୍ରପତି ହସାବରେ ପ୍ରଥମେ ମୋ ଦେଶକୁ ସମସ୍ତଙ୍କଠାରୁ ଆଗରେ ରଖିବାକୁ ଚାହିଁବି।

Leave A Reply