ସୂର୍ଯ୍ୟ ପରାଗ ପରେ ଧନବାନ ହେବା ପାଇଁ କରନ୍ତୁ ଏହି ଉପାୟ

0

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ସମସ୍ତେ ଅନେକ ସତର୍କତାକୁ ଆପଣେଇ ଥାଆନ୍ତି। ସୂର୍ଯ୍ୟ ପରାଗ ପରେ ଅନେକ ବ୍ୟକ୍ତି ମାଲାମାଲ ହେବାର ସମ୍ଭାବନା ରହିଛି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ କିଛି ଉପାୟ ରହିଛି ଯାହାଦ୍ବାରା ଆପଣ ସୂର୍ଯ୍ୟ ପରାଗରେ କରିବା ଦ୍ବାରା ମାଲାମାଲ ହୋଇପାରିବେ। ଏହାସହ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ।

ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କ’ଣ ..

ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ସରିବା ପରେ ଶାରୀରିକ ବୃଦ୍ଧି ନିମନ୍ତେ ସ୍ନାନ କରିବା ଆବଶ୍ୟକ। ସ୍ନାନ ସାରିବା ପରେ ଶୁଦ୍ଧ ପୋଷାକ ଧାରଣ କରିବା ଉଚିତ।

ଶାରୀରିକ ବୃଦ୍ଧି ପରେ ମାନସିକ ଶାନ୍ତି ପାଇଁ ଘରର ସମସ୍ତ ସ୍ଥାନରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ।

ସୂର୍ଯ୍ୟ ପରାଗ ସରିବା ପରେ ଭଗବାନ ଦର୍ଶନ କରିବା ଉଚିତ। ଏହା ଶୁଭଫଳ ପ୍ରଦାନ କରିଥାଏ। ଆପଣଙ୍କ ଘର ନିକଟରେ ଥିବା ଯେକୌଣସି ମନ୍ଦିରକୁ ଯାଇ ପୂଜା କରିପାରିବେ।

ସୂର୍ଯ୍ୟ ପରାଗ ସରିବା ପରେ ଦାନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ। ସୂର୍ଯ୍ୟ ପରାଗ ପରେ ଯେତିକି ସମ୍ଭବ ସେତିକି ଦାନ କରନ୍ତୁ।

ଘରର ମନ୍ଦିରରେ ଥିବା ଠାକୁରଙ୍କୁ ସୂର୍ଯ୍ୟ ପରାଗ ସମାପ୍ତ ହେବା ପ​‌ରେ ସ୍ନାନ କରାଇ ସ୍ବଚ୍ଛ ପୋଷାକ ପରିଧାନ କରାନ୍ତୁ। ଏହାସହ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି। ଘରେ କେବେ ବି ଧନ-ସମ୍ପଦର ଅଭାବ ରହିନଥାଏ।

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସୂର୍ଯ୍ୟ ପରାଗ ସରିବା ପରେ ଇନ୍ଦ୍ରଦେବଙ୍କୁ ପୂଜା କରନ୍ତୁ। ଘରେ ସୁଖଶାନ୍ତିରେ ରହିବା ପାଇଁ ତୁଳସୀ ବୃକ୍ଷ ନିକଟରେ ଦୀପ ପ୍ରଜ୍ବଳିତ କରନ୍ତୁ।

 

Leave A Reply