‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସଚିବାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ପାଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି। ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ଚଷମା ମିଳିବ ବୋଲି ସୂଚନା ମିଳିଛି। ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଏହି ଯୋଜନା ମାଧ୍ୟମରେ ମାଗଣାରେ ଚଷମା ଦିଆଯିବ ବୋଲି କୁହାଯାଇଛି। ଏଥି ସହିତ ବୟସ୍କ ବ୍ୟକ୍ତି ମୋତିଆବିନ୍ଦୁ ଅସ୍ତ୍ରୋପଚାର ମାଗଣା କରାଯିବ। ‘ସୁନେତ୍ର’ ଯୋଜନାରେ ଆସନ୍ତା ୫ବର୍ଷ ପାଇଁ ୬୮୦କୋଟି ଟଙ୍କା ଖର୍ଚ୍ଚ ହେବ।

Leave A Reply