ପରୀକ୍ଷା ଫଳ ହେଲା କାଳ! ତୃତୀୟ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଅଭିଯୋଗ

0

ନୀଳଗିରି: ପରୀକ୍ଷା ଫଳ ଖରାପ ହେବାରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲା ନୀଳଗିରି ଥାନା କୁମ୍ଭକହୁଣିଆ ଗାଁରେ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ବିଦୁସ୍ମିତା ଜେନା ଓ ବୟସ ୮ବର୍ଷ ବୋଲି ଜଣାପଡିଛି । ଛାତ୍ରୀ ଜଣଙ୍କ ଦକ୍ଷିଣକୁଅଁରପୁର ସ୍କୁଲରେ ସ୍କୁଲରେ ପଢୁଥିବା ଜଣାପଡିଛି । ସେ ସ୍କୁଲରୁ ଫେରି ଘରେ କେହି ନଥିବା ବେଳେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଜାରି ରହିଛି । ଏହା ହତ୍ୟା ବା ଅତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ ।

Leave A Reply