ନର୍ସିଂହୋମ୍‌ରେ ରୋଗୀଙ୍କ ଆତ୍ମହତ୍ୟା

0

କଟକ: ବଜ୍ରକବାଟି ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ୍‌ରୁ ଜଣେ ରୋଗୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରପାଇ ପୁଲିସ ପହଞ୍ଚି ସେଠାରୁ ଏକ ସୁଇସାଇଟ୍ ନୋଟ୍ ଜବତ କରିଛି । ସେ ଆତ୍ମହତ୍ୟା କରିଛନ୍ତି ଏବଂ ଏଥିପାଇଁ ସେ କାହାକୁ ଦାୟୀ କରି ନଥିବା ନେଇ ମିଳିଥିବା ସୁଇସାଇଟରେ ଉଲ୍ଲେଖ ରହିଛି । ମୃତକଙ୍କ ନାମ ହେଲା ରଙ୍ଗାଧର ବଇତୀ(୫୮) ଓ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ କିଛି ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ ।  ରୋଗ ପୀଡା ସହି ନପାରି ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମଙ୍ଗଳବାଗ୍‌ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply