ପଶ୍ଚିମବଙ୍ଗରେ ଓଡିଆ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

0

ଗଜପତି : ଗଜପତି ଜିଲାର ଜଣେ ଓଡିଆ ଯବାନଙ୍କର ପଶ୍ଚିମବଙ୍ଗରେ ମୃତ୍ୟୁ ​‌ହୋଇଛି। ସେ ହେଉଛନ୍ତି ଗଜପତି ଜିଲା ମୋହନା ବ୍ଲକ ଝିଲିକ ଗ୍ରାମର ବିଏସଏଫ ଯବାନ ସାଗର ଗୌଡ। ତେବେ ସେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ସାଗର ମଙ୍ଗଳବାର ପଶ୍ଚିମବଙ୍ଗର ପତିରାମ ଅଞ୍ଚଳରେ କାର୍ଯ୍ୟ କରୁଥିଲେ।  ତେବେ ବିଳମ୍ବିତ ରାତିରେ ସେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଥିବା ଡିୟୁଟି କମାଣ୍ଡର ସୂଚନା ଦେଇଥିଲେ। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ତାହା ଓଡିଶାକୁ ପଠାଯିବ ବୋଲି କୁହାଯାଇଛି।

Leave A Reply