ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

0

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନାଲକୋ ଅଧ୍ୟକ୍ଷ ଡଃ ତପନ ଚାନ୍ଦ ଯୋଗଦେଇ କହିଥିଲେ ଶିକ୍ଷା ପ୍ରଚ୍ଛନ୍ନ ରହିଥାଏ, ସାଧାରଣ ବୈଷୟିକ, ବ୍ୟାବହାରିକ ବା ବିଦ୍ୟାଳୟ – ସୁଲଭ ଶିକ୍ଷା ନୁହେଁ, ଆମ ଚେତନାକୁ ବ୍ୟାପକତର କରିବା ଦିଗରେ ଶିକ୍ଷା ବୋଲି କହିଥିଲେ । ପାଠ ପଢି ଭଲ ମଣିଷଟିଏ ହୋଇ ଦେଶ ଦଶର ଉନ୍ନତି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପଚାଶ ହଜାର ଟଙ୍କା ପ୍ରଦାନ ଓ ଜାତୀୟ ରାଜପଥ ଠାରୁ କଲେଜ ରାସ୍ତାରେ ଗୋଟିଏ ସୁଦୃଶ୍ୟ ତୋରଣ ନାଲକୋ ପକ୍ଷରୁ କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଡଃ ଦୁଃଖୀଶ୍ୟାମ ମହାନ୍ତି ଅତିରିକ୍ତ ଅଧ୍ୟକ୍ଷ ନିହାର ରଂଜନ ଦାଶ ଅଧ୍ୟାପକ ମନୋଜ କୁମାର ପରିଡା, ରାଜକିଶୋର ପତି ଉପସ୍ଥିତ ରହିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଚକ୍ର ସଭାପତିତ୍ୱ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଫେସର ନଳିନୀ ଲୋଚନ ଦାଶ ପ୍ରଫେସର ନରେନ୍ଦ୍ର ନାଥ ବେହେରା ସଂଯୋଜନା କରିଥିବା ବେଳେ ଡଃ ରତିକାନ୍ତ ପରିଡା ଧନ୍ୟବାଦ ଦେଇଥିଲେ।

Leave A Reply