ସତ୍ୟବାଦୀର ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗୋପବନ୍ଧୁ ଜ୍ୟୋତି ଯାତ୍ରା ଅବସରରେ ସମ୍ବର୍ଦ୍ଧନା

0

ସୁଆଣ୍ଡୋ: ଗୋପବନ୍ଧୁ ଜ୍ୟୋତି ଯାତ୍ରା ଅବସରରେ ମଙ୍ଗଳବାର ପୁରୀରେ ସତ୍ୟବାଦୀବ୍ଲକର ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ୟ୍ୟରତ ଥିବା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଦେବୀ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥଙ୍କୁ ଆୟୋଜିତ ସଭାରେ ଅତିଥିମାନେ ଉପାୟନ ଫୁଲତୋଡା ପ୍ରମାଣପତ୍ର ଆଦି ଦେଇ ଏହି କୃତି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସଭାରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡଙ୍ଗୀ, ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି, ଡ. ପ୍ରଭାସ ଆଚାର୍ୟ୍ୟ  ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସଭାରେ ଉପସ୍ଥିତ ରହିଥିଲେ। ଏହି ଭଲକାମ ପାଇଁ ଗୋପବନ୍ଧୁ ସ୍ମୃତିପରିଷଦ ସହ ବିଭିନ୍ନ ଅନୁଷ୍ଠାନ ବୁଦ୍ଧିଜୀବୀ ତଥା ଶିକ୍ଷକମାନେ ସମାଜ ଅନୁଷ୍ଠାନକୁ ପ୍ରଶଂସା କରଥିବା ଜଣାପଡିଛି ।

Leave A Reply