ପୁଣି ନାବାଳିକା ମାତୃତ୍ୱ; ଅଭିଯୁକ୍ତ ମଉସା ଗିରଫ

0

କନ୍ଧମାଳ : କନ୍ଧମାଳରେ ପୁଣି ଲଜ୍ଜାଜନକ ଘଟଣା ଘଟିଛି । ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ଜଣେ ନବମ ଶ୍ରେଣୀ ଛାତ୍ରୀ ମଉସାଙ୍କ ଦ୍ବାରା ବଳାତ୍କାରର ଶିକାର ହୋଇ ଗର୍ଭବତୀ ହୋଇଛନ୍ତି । ପୀଡିତା ଜଣକ ଛଅ ମାସର ଗର୍ଭବତୀ ଥିବା ବେଳେ ପରିବାର ଲୋକେ ଏବିଷୟରେ ଜାଣିବାକୁ ପାଇଥିଲେ । ପରେ ଏନେଇ ଥାନାରେ ପରିବାରଲୋକ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ମଉସାଙ୍କୁ ଗିରଫ କରିଛି ।

Leave A Reply