ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ

0

ଜାକାର୍ତା : ଇଣ୍ଡୋନେସିଆର ମାଲୁକୁ ଅଞ୍ଚଳରେ ରବିବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଆମେରକା ଭୂମିକମ୍ପ ବିଜ୍ଞାନୀ ଓ ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ କହିବା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ଟେରନାଟେ ସହରଠାରୁ ଉତ୍ତର-ପଶ୍ଚିମରେ ୧୫୦ କିଲୋମିଟର ଦୂର ଭୂଗର୍ଭର ୩୭ କିଲୋମିଟର ତଳେ ଥିଲା। ଭୂମିକମ୍ପରେ ସମ୍ପତ୍ତି ନଷ୍ଟ ଓ କେହି ମୃତାହାତ ହୋଇଥିବାର ଖବର ମିଳିନାହିଁ। ଇଣ୍ଡୋନେସିଆ ପାଣିପାଗ ବିଭାଗର ଉଦ୍ଧାରକାରୀ ଦଳ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଭୂମିକମ୍ପଗ୍ରସ୍ତ ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୋକମାନେ ଭୟଭୀତ ନହେବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply