ଗାଡ଼ି ଚୋରି ଅଭିଯୋଗରେ ଜଣେ ଅଟକ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲାରେ ତହସିଲ କାର୍ଯ୍ୟାଳୟର ଜଣେ କିରାଣୀଙ୍କୁ ଗାଡ଼ି ଚୋରି ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ଅଟକ ରଖିଛି। କିରାଣୀଙ୍କ ନିକଟରୁ ୨ଟି ବାଇକ ଜବତ ହୋଇଛି। ବାଇକ ୨ଟି ଚୋରା ବାଇକ ବୋଲି ପୁଲିସଙ୍କ ଠାରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗାଡ଼ି ଚୋରି ରାକେଟ ନେଇ ପୁଲିସ ସୂଚନା ପାଇବା ପରେ ସଂପୃକ୍ତ କିରାଣୀଙ୍କୁ କାର୍ଯ୍ୟାଳୟରୁ ଥାନାକୁ ନେଇ ପଚରାଉଚରା କରିଥିଲେ। ରାଜନଗର, ରାଜକନିକା ଅଞ୍ଚଳରେ ଏହି ରାକେଟ ସକ୍ରିୟ ଥିବା ସହ ଏହି ଘଟଣାରେ ଅଧିକ ଲୋକେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି।

Leave A Reply